ବରିଷ୍ଠଙ୍କ ପଦୋନ୍ନତିକୁ ବିରୋଧ କରି ମଧ୍ୟପ୍ରଦେଶ ବିଚାରପତିଙ୍କ ଇସ୍ତଫା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ ମହିଳା ବିଚାରପତି ଇସ୍ତଫା ଦେଇ ଦେଇଛନ୍ତି। ଉକ୍ତ ନ୍ୟାୟିକ ଅଧିକାରୀ ଆଦିତି କୁମାର ଶର୍ମା ଜଣେ ବରିଷ୍ଠ ଜିଲ୍ଲା ବିଚାରପତିଙ୍କ ପଦୋନ୍ନତିକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ସେ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ବରିଷ୍ଠ ଜିଲ୍ଲା ବିଚାରପତିଙ୍କୁ ହାଇକୋର୍ଟକୁ ପଦୋନ୍ନତି ଦିଆଯିବା ଫଳରେ ଏହାକୁ ସେ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ଲେଖାଯାଇଥିବା ଇସ୍ତଫା ପତ୍ରରେ ଶର୍ମା କହିଛନ୍ତି, ସେ ଓହରି […]

ବରିଷ୍ଠଙ୍କ ପଦୋନ୍ନତିକୁ ବିରୋଧ କରି ମଧ୍ୟପ୍ରଦେଶ ବିଚାରପତିଙ୍କ ଇସ୍ତଫା
Samaya Live Picture
Published On

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ ମହିଳା ବିଚାରପତି ଇସ୍ତଫା ଦେଇ ଦେଇଛନ୍ତି। ଉକ୍ତ ନ୍ୟାୟିକ ଅଧିକାରୀ ଆଦିତି କୁମାର ଶର୍ମା ଜଣେ ବରିଷ୍ଠ ଜିଲ୍ଲା ବିଚାରପତିଙ୍କ ପଦୋନ୍ନତିକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ସେ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ବରିଷ୍ଠ ଜିଲ୍ଲା ବିଚାରପତିଙ୍କୁ ହାଇକୋର୍ଟକୁ ପଦୋନ୍ନତି ଦିଆଯିବା ଫଳରେ ଏହାକୁ ସେ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ଲେଖାଯାଇଥିବା ଇସ୍ତଫା ପତ୍ରରେ ଶର୍ମା କହିଛନ୍ତି, ସେ ଓହରି ଯାଉଛନ୍ତି। ଏହାର ଅର୍ଥ ନୁହେଁ ‌ଯେ ସେ ନ୍ୟାୟ ଉପରୁ ବିଶ୍ବାସ ହରାଇ ଦେଇଛନ୍ତି, ବରଂ ନ୍ୟାୟ ଏହାର ଦିଗ ହରାଇ ଦେଇଛି। ଆଦିତି କହିଛନ୍ତି, ମୁଁ ବିନା ପଦକ, ବିନା ଉତ୍ସବ ଏବଂ ବିନା ତିକ୍ତତାରେ ଏହି ଅନୁଷ୍ଠାନ ଛାଡ଼ୁଛି। କେବଳ ତିକ୍ତ ସତ୍ୟ ଏହା ଯେ ନ୍ୟାୟପାଳିକା ମତେ ବିଫଳ କରିଦେଇଛି। ଇସ୍ତଫାପତ୍ର ଏକ ବିଦ୍ରୋହ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମ ଜୁଲାଇ ୨ ତାରିଖରେ ଉଜ୍ଜୟିନୀର ପ୍ରମୁଖ ଜିଲ୍ଲା ବିଚାରପତି ରାଜେଶ କୁମାର ଗୁପ୍ତାଙ୍କର ମଧ୍ୟପ୍ରଦେଶ ହାଇକୋର୍ଟକୁ ପଦୋନ୍ନତି ପାଇଁ ସୁପାରିସ କରିଥିଲେ ଏବଂ ସରକାର ଏହାକୁ ସ୍ବୀକୃତି ଦେଇଥିଲେ। ଏହାପରେ ଶର୍ମା ଇସ୍ତଫା ଦେଇଛନ୍ତି। ଗୁପ୍ତାଙ୍କ ପଦୋନ୍ନତି ନ୍ୟାୟ ଶବ୍ଦ ଉପରେ ଏକ ନିଷ୍ଠୁର ପରିହାସ ବୋଲି ଶର୍ମା କହିଛନ୍ତି। ନ୍ୟାୟପାଳିକା ଏହାର ଝିଅମାନଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ଏହା ଏକ ପ୍ରତିଫଳନ। ବିଚାରପତି ଶର୍ମା କହିଛନ୍ତି, ଜଣେ ମହିଳା ବିଚାରପତି ଭାବେ ସେ କହିବାପାଇଁ ସାହସ କରିଥିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି।

Tags: