ବନ୍ଧୁକ ଦେଖାଇ ଗାଡ଼ି ଛଡ଼ାଇନେବା ମାମଲାରେ ଅଗ୍ନିବୀର ଗିରଫ

ମୋହାଲି: ବନ୍ଧୁକ ମୁନରେ ଗାଡ଼ି ଛଡ଼ାଇ ନେବା ମାମଲାରେ ପଂଜାବର ମୋହାଲି ପୁଲିସ ଜଣେ ଅଗ୍ନିବୀରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଅଗ୍ନିବୀର ଇସ୍ମିତ ସିଂହ ଓରଫ ଇଶୁ। ମାମଲାରେ ଗିରଫ ହୋଇଥିବା ଅନ୍ୟ ୨ ଅଭିଯୁକ୍ତ ହେଉଛନ୍ତି ପ୍ରଭପ୍ରିତ ସିଂହ ଏବଂ ବାଲ୍‌କରଣ ସିଂହ। ମୋହାଲିର ବାଲୋଙ୍ଗି‌ରେ ସେମାନେ ଏକ ଭଡ଼ାଘରେ ରହୁଥିଲେ। ମୋହାଲି ଏସ୍‌ପି ସନ୍ଦୀପ ଗର୍ଗ କହିଛନ୍ତି, ଅଭିଯୁକ୍ତ ୩ ଜଣ ୨ ଦିନ ତଳେ […]

Samaya Live Picture
Published On

ମୋହାଲି: ବନ୍ଧୁକ ମୁନରେ ଗାଡ଼ି ଛଡ଼ାଇ ନେବା ମାମଲାରେ ପଂଜାବର ମୋହାଲି ପୁଲିସ ଜଣେ ଅଗ୍ନିବୀରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଅଗ୍ନିବୀର ଇସ୍ମିତ ସିଂହ ଓରଫ ଇଶୁ। ମାମଲାରେ ଗିରଫ ହୋଇଥିବା ଅନ୍ୟ ୨ ଅଭିଯୁକ୍ତ ହେଉଛନ୍ତି ପ୍ରଭପ୍ରିତ ସିଂହ ଏବଂ ବାଲ୍‌କରଣ ସିଂହ। ମୋହାଲିର ବାଲୋଙ୍ଗି‌ରେ ସେମାନେ ଏକ ଭଡ଼ାଘରେ ରହୁଥିଲେ। ମୋହାଲି ଏସ୍‌ପି ସନ୍ଦୀପ ଗର୍ଗ କହିଛନ୍ତି, ଅଭିଯୁକ୍ତ ୩ ଜଣ ୨ ଦିନ ତଳେ ବନ୍ଧୁକ ଦେଖାଇ ଜଣେ ଡ୍ରାଇଭରଙ୍କଠାରୁ ଗାଡ଼ି ଛଡ଼ାଇ ନେଇଥିଲେ। ସେମାନେ ପ୍ରଥମେ ଆପ୍‌ରେ ଗାଡ଼ି ବୁକ୍‌ କରିଥିଲେ। ଗାଡ଼ି ପହଞ୍ଚିବାପରେ ସେମାନେ ଗାଡ଼ିରେ ବସି କିଛିବାଟ ଯାଇଥିଲେ ଏବଂ ଡ୍ରାଇଭରଙ୍କ ମୁହଁରେ ପିପର୍‌ ସ୍ପ୍ରେ ପକାଇ ସେମାନେ ଗାଡ଼ି ଛଡ଼ାଇ ନେଇଥିଲେ। ଅଗ୍ନିବୀର ଇସ୍ମିତ ଏବେ ପଶ୍ଚିମବଙ୍ଗରେ ନିଯୁକ୍ତ ହୋଇଥିବା ବେଳେ ୨ ମାସ ଛୁଟିରେ ସେ ପଂଜାବ ଆସିଥିଲେ।

Tags: