ବନ୍ଦ କାର୍‌ରେ ଶ୍ବାସରୁଦ୍ଧ ‌ହୋଇ ୩ ଶିଶୁଙ୍କ ମୃତ୍ୟୁ

ମୁମ୍ବାଇ : ଏକ ଅଭାବନୀୟ ଘଟଣାକ୍ରମରେ ମହାରାଷ୍ଟ୍ରର ନାଗପୁରରେ ପଞ୍ଚପଭଲି ଥାନା ଅଧୀନସ୍ଥ ଫାରୁକ ନଗରରେ ୩ ଜଣ ଶିଶୁ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଘର ନିକଟରେ ପାର୍କିଂ ହୋଇଥିବା ଏକ ପୁରୁଣା କାରରୁ ସେମାନଙ୍କ ମୃତଦେହ ମିଳିଛି। ମିଳିଥିବା ସୂଚନାନୁଯାୟୀ ୩ ଜଣ ଶିଶୁ ଖେଳୁଥିବାବେଳେ କାର୍‌ରେ ବସିଥିଲେ। ଏହି ସମୟରେ ସେମାନେ କାର୍‌ ଡୋର ଭିତର ପଟୁ ଲକ୍‌ କରିଦେଇଥିଲେ। ଫଳରେ ଅତ୍ୟନ୍ତ ଗରମ ଏବଂ ଶ୍ବାସରୁଦ୍ଧ ହୋଇ ୩ ଜଣ […]

Samaya Live Picture
Published On

ମୁମ୍ବାଇ : ଏକ ଅଭାବନୀୟ ଘଟଣାକ୍ରମରେ ମହାରାଷ୍ଟ୍ରର ନାଗପୁରରେ ପଞ୍ଚପଭଲି ଥାନା ଅଧୀନସ୍ଥ ଫାରୁକ ନଗରରେ ୩ ଜଣ ଶିଶୁ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଘର ନିକଟରେ ପାର୍କିଂ ହୋଇଥିବା ଏକ ପୁରୁଣା କାରରୁ ସେମାନଙ୍କ ମୃତଦେହ ମିଳିଛି। ମିଳିଥିବା ସୂଚନାନୁଯାୟୀ ୩ ଜଣ ଶିଶୁ ଖେଳୁଥିବାବେଳେ କାର୍‌ରେ ବସିଥିଲେ। ଏହି ସମୟରେ ସେମାନେ କାର୍‌ ଡୋର ଭିତର ପଟୁ ଲକ୍‌ କରିଦେଇଥିଲେ। ଫଳରେ ଅତ୍ୟନ୍ତ ଗରମ ଏବଂ ଶ୍ବାସରୁଦ୍ଧ ହୋଇ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଶନିବାର ଅପରାହ୍ନରେ ଟେକା ନାକାର ଫାରୁକ ନଗରରେ ଏହି ଘଟଣା ଘଟିଛି। ୩ ଶିଶୁ ତୌଫିକ ଫିରୋଜ ଖାନ (୪), ଆଲିୟା ଫିରୋଜ ଖାନ (୬) ଏବଂ ଆଫରିନ ଇରଶାଦ ଖାନ (୬) ଖେଳୁଥିବା ସମୟରେ ହଠାତ ଅଦୃଶ୍ୟ ହୋଇଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମାନେ ନଫେରିବାରୁ ସେମାନଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଖୋଜାଖୋଜି ଆରମ୍ଭ କଲେ। ପୁଲିସରେ ଏତଲା ରୁଜୁ କଲେ। ଏହାପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

Tags: