ବଦଳି ତାଲିକାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଥିବା ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କର ଏହି ବଦଳି ତାଲିକାରେ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ହେମନ୍ତ ଏମ୍ ପ୍ରଚାରକ ଅଛନ୍ତି। ରାହୁଲଙ୍କ ଦଣ୍ଡାଦେଶ ଉପରେ ସେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ। ଜଷ୍ଟିସ ପ୍ରଚାରକଙ୍କୁ ପାଟନା ହାନଇକୋର୍ଟ ବଦଳି କରାଯିବ। କଲେଜିୟମ ମଧ୍ୟ ଗୁଜରାଟ ହାଇକୋର୍ଟର ଅନ୍ୟ ୩ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ଗୁଜରାଟ ହାଇକୋର୍ଟର ଜଷ୍ଟିସ ଗୀତା ଗୋପି ଏବଂ ଜଷ୍ଟିସ […]

Samaya Live Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କର ଏହି ବଦଳି ତାଲିକାରେ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ହେମନ୍ତ ଏମ୍ ପ୍ରଚାରକ ଅଛନ୍ତି। ରାହୁଲଙ୍କ ଦଣ୍ଡାଦେଶ ଉପରେ ସେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ। ଜଷ୍ଟିସ ପ୍ରଚାରକଙ୍କୁ ପାଟନା ହାନଇକୋର୍ଟ ବଦଳି କରାଯିବ। କଲେଜିୟମ ମଧ୍ୟ ଗୁଜରାଟ ହାଇକୋର୍ଟର ଅନ୍ୟ ୩ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ଗୁଜରାଟ ହାଇକୋର୍ଟର ଜଷ୍ଟିସ ଗୀତା ଗୋପି ଏବଂ ଜଷ୍ଟିସ ସମୀର ଡାଭେଙ୍କୁ ମଧ୍ୟ ବଦଳି କରିବାପାଇଁ ସୁପାରିସ କରାଯାଇଛି। ଜଷ୍ଟିସ ଗୀତା ଗୋପି ମାନହାନି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ଆବେଦନକୁ ବିଚାରକୁ ନେଇନଥିଲେ। ଜଷ୍ଟିସ ସମୀର ଡାଭେ ସାମାଜିକ କର୍ମୀ ତିସ୍ତା ଶିତଲୱାଡ଼ଙ୍କ ମାମଲାର ଶୁଣାଣିରୁ ଓହରି ଯାଇଥିଲେ। ସେହିପରି ଗୁଜରାଟ ହାଇକୋର୍ଟର ଅନ୍ୟ ଜଣେ ବିଚାରପତି ଜଷ୍ଟିସ ଅଳ୍ପେଶ ୱାଇ କୋଗଜେଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି। ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ଜଷ୍ଟିସ ଏଏସ୍ ସଙ୍ଗୱାନ୍, ଅବନୀଶ ଝିଙ୍ଗନ, ଆରଏମ୍ ସିଂହ ଏବଂ ଅରୁଣ ମୋଙ୍ଗାଙ୍କୁ ଯଥାକ୍ରମେ ଆହ୍ଲାବାଦ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଭିକେ ସିଂହ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି।

Tags: