ବଦଳିଲେ ମଣିପୁରର ପୁଲିସ ମୁଖ୍ୟ
ଇମ୍ଫାଲ : ବରିଷ୍ଠ ଆଇପିଏସ ଅଫିସର ରାଜୀବ ସିଂହ ଗୁରୁବାର ଦିନ ମଣିପୁରର ନୂଆ ପୁଲିସ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସରକାରୀ ଅର୍ଡର ଅନୁଯାୟୀ ପି ଦୌଙ୍ଗେଲଙ୍କ ସ୍ଥାନରେ ରାଜୀବ ସିଂହ ନୂଆ ପୁଲିସ ମୁଖ୍ୟ ହୋଇଛନ୍ତି। ଅନ୍ୟପକ୍ଷେ ଦୌଙ୍ଗେଲ ଅଫିସର ଅନ୍ ସ୍ପେସାଲ୍ ଡ୍ୟୁଟି (ଗୃହ)ରେ ରହିବେ। ମଣିପୁର ସରକାରଙ୍କ ଦ୍ବାରା ଏହି ନୂଆ ପୋଷ୍ଟ୍ ସୃଷ୍ଟି ହୋଇଛି। ଗତ ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ରାଜୀବ ସିଂହଙ୍କୁ ତ୍ରିପୁରା କାଡରରୁ ମଣିପୁର […]
ଇମ୍ଫାଲ : ବରିଷ୍ଠ ଆଇପିଏସ ଅଫିସର ରାଜୀବ ସିଂହ ଗୁରୁବାର ଦିନ ମଣିପୁରର ନୂଆ ପୁଲିସ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସରକାରୀ ଅର୍ଡର ଅନୁଯାୟୀ ପି ଦୌଙ୍ଗେଲଙ୍କ ସ୍ଥାନରେ ରାଜୀବ ସିଂହ ନୂଆ ପୁଲିସ ମୁଖ୍ୟ ହୋଇଛନ୍ତି। ଅନ୍ୟପକ୍ଷେ ଦୌଙ୍ଗେଲ ଅଫିସର ଅନ୍ ସ୍ପେସାଲ୍ ଡ୍ୟୁଟି (ଗୃହ)ରେ ରହିବେ। ମଣିପୁର ସରକାରଙ୍କ ଦ୍ବାରା ଏହି ନୂଆ ପୋଷ୍ଟ୍ ସୃଷ୍ଟି ହୋଇଛି। ଗତ ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ରାଜୀବ ସିଂହଙ୍କୁ ତ୍ରିପୁରା କାଡରରୁ ମଣିପୁର କାଡରକୁ ବଦଳି କରାଯାଇଥିଲା। ସିଂହ ହେଉଛନ୍ତି ୧୯୯୩ ବ୍ୟାଚ୍ର ଜଣେ ଆଇପିଏସ ଅଫିସର। ସେ ସିଆରପିଏଫ୍ ଆଇଜି ଥିଲେ। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବାପରେ କେନ୍ଦ୍ର ସରକାର ସିଆରପିଏଫ ମୁଖ୍ୟ କୁଲଦୀପ ସିଂହଙ୍କୁ ମଣିପୁର ସରକାରଙ୍କ ସୁରକ୍ଷା ଉପଦେଷ୍ଟା ନିଯୁକ୍ତ କରିଥିଲେ। ଇତି ମଧ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଙ୍ଗାକାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ଦଙ୍ଗାକାରୀ ତୁରନ୍ତ ସେମାନଙ୍କ ପାଖରେ ରଖିଥିବା ବେଆଇନ ଅସ୍ତ୍ରକୁ ଫେରାଇବାପାଇଁ ଶାହ ଚେତାବନୀ ଦେଇଛନ୍ତି।




