ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ଗ୍ୟାସ ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ I କିଛି ଦିନ ଘରୋଇ ଗ୍ୟାସ ଦର ସ୍ଥିର ରହିବା ପରେ,ମାର୍ଚ୍ଚ ମାସ ଆରମ୍ଭରୁ ସାରା ଦେଶରେ ଘରୋଇ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଇଛି I ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ୧୯ କେଜି ବାଣିଜ୍ୟିକ ଗ୍ୟାସ ଦର ସିଲିଣ୍ଡର ପିଛା ଏକାବେଳକେ ୩୫୦.୫୦ ବୃଦ୍ଧି ପାଇଛି । ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ନାହିଁ […]

Samaya Live Picture
Published On

ନୂଆଦିଲ୍ଲୀ : ଗ୍ୟାସ ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ I କିଛି ଦିନ ଘରୋଇ ଗ୍ୟାସ ଦର ସ୍ଥିର ରହିବା ପରେ,ମାର୍ଚ୍ଚ ମାସ ଆରମ୍ଭରୁ ସାରା ଦେଶରେ ଘରୋଇ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଇଛି I ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ୧୯ କେଜି ବାଣିଜ୍ୟିକ ଗ୍ୟାସ ଦର ସିଲିଣ୍ଡର ପିଛା ଏକାବେଳକେ ୩୫୦.୫୦ ବୃଦ୍ଧି ପାଇଛି । ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ନାହିଁ ନଥିବା ଅସନ୍ତୋଷ ଦେଖାଦେଇଛି I

ମାର୍ଚ୍ଚ ମାସ ପହିଲାରୁ ଏହି ନୂତନ ଦର ଲାଗୁ ହୋଇଛି I ଫଳରେ ୧୪ .୨ କେଜି ଏଲପିଜି ସିଲିଣ୍ଡରର ନୂତନ ସଂଶୋଧିତ ମୂଲ୍ୟ ଆଜି ଠାରୁ ୧୦୫୩ ଟଙ୍କା ବଦଳରେ ୧୧୦୩ ଟଙ୍କା ହୋଇଛି । ପୂର୍ବରୁ ଭୁବନେଶ୍ୱରରେ ଏଲପିଜି ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ ଟଙ୍କା ହୋଇଛି।

ସେହିପରି ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ଏହା ପୂର୍ବରୁ ମେ’ ମାସରେ ଘରୋଇ ଗ୍ୟାସ୍‌ ଦର ୫୦ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡର ପିଛା ୯୯୯ ଟଙ୍କାରେ ପହଞ୍ଚିଥିଲା। ଅପରପକ୍ଷେ, ୧୯ କେଜି କମର୍ସିଆଲ ଗ୍ୟାସ ଦର ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା କମ୍‌ କରାଯାଇଥିଲା। କିଛି ଦିନ ପୂର୍ବରୁ ପୁଣି ଥରେ କମର୍ସିଆଲ ଗ୍ୟାସ୍‌ ଦର ୧୯୮ ଟଙ୍କା ସିଲିଣ୍ଡର ପିଛା କମ୍‌ କରାଯାଇଥିଲା। ଏହାପରେ ରାଜଧାନର ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨୦୨୧ ଟଙ୍କା ହୋଇଯାଇଥିଲା। ମାତ୍ର ନୂତନ ଗ୍ୟାସ ଦର ବୃଦ୍ଧି ହେବାରୁ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ପାଇଁ ୨୧୧୯.୫୦ ଟଙ୍କା ଦେବାକୁ ପଡିବ ।

ଅନ୍ୟପଟେ ମୁମ୍ବାଇରେ ଘରୋଇ ସିଲିଣ୍ଡର ଦର ୧୦୫୨ .୫୦ ବଦଳରେ ୧୧୦୨ .୫ ରହିଛି । କୋଲକାତାରେ ୧୦୭୯ ଟଙ୍କା ବଦଳରେ ୧୨୨୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮ .୫୦ ରୁ ବଢି ୧୧୧୮.୫୦ ରେ ପହଁଚିଛି I