ବଡ଼ ବିପଦ ଟଳିଗଲା, ନିଆଁ ଲାଗିବାପରେ ସୁରକ୍ଷିତ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର (ଆଇଜିଆଇ)ରେ ଆଜି ଅପରାହ୍ଣରେ ଏକ ବଡ଼ଧରଣ ଦୁର୍ଘଟଣା ଟଳି ଯାଇଛି। ଏୟାର ଇଣ୍ଡିଆର ଏଆଇ-୮୦୭ ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଅବତରଣ ସମୟରେ ବିମାନର ଶୀତତାପ ନିୟନ୍ତ୍ରଣ ୟୁନିଟ୍ରେ ନିଆଁ ଲାଗିଥିବା ସୂଚନା ପାଇ ସମଗ୍ର ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ତେବେ ବିମାନଚାଳକ ସୁରକ୍ଷିତ ଭାବେ ବିମାନ ଅବତରଣ କରିବାରେ ସକ୍ଷମ ହୋଇଛନ୍ତି। ସୂଚନାନୂଯାୟୀ, ୧୭୦ଜଣ ଯାତ୍ରୀଙ୍କୁ ନେଇ ଏୟାର୍ ଇଣ୍ଡିଆ ବିମାନ ଦିଲ୍ଲୀରୁ […]

Samaya Live Picture
Published On

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର (ଆଇଜିଆଇ)ରେ ଆଜି ଅପରାହ୍ଣରେ ଏକ ବଡ଼ଧରଣ ଦୁର୍ଘଟଣା ଟଳି ଯାଇଛି। ଏୟାର ଇଣ୍ଡିଆର ଏଆଇ-୮୦୭ ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଅବତରଣ ସମୟରେ ବିମାନର ଶୀତତାପ ନିୟନ୍ତ୍ରଣ ୟୁନିଟ୍ରେ ନିଆଁ ଲାଗିଥିବା ସୂଚନା ପାଇ ସମଗ୍ର ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ତେବେ ବିମାନଚାଳକ ସୁରକ୍ଷିତ ଭାବେ ବିମାନ ଅବତରଣ କରିବାରେ ସକ୍ଷମ ହୋଇଛନ୍ତି। ସୂଚନାନୂଯାୟୀ, ୧୭୦ଜଣ ଯାତ୍ରୀଙ୍କୁ ନେଇ ଏୟାର୍ ଇଣ୍ଡିଆ ବିମାନ ଦିଲ୍ଲୀରୁ ବେଙ୍ଗାଲୁରୁ ବାହାରିଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ମିନିଟି୍ ମଧ୍ୟରେ ବିମାନ ଚାଳକ ବିମାନର ଏୟାର୍ କଣ୍ଡିସନ୍ ୟୁନିଟ୍ରେ ନିଆଁ ଲାଗିଥିବା ସନ୍ଦେହ କରିଥିଲେ। ତୁରନ୍ତ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍କୁ ସୂଚିତ କରି ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ ଅନୁମତି ମାଗିଥିଲେ। ସୂଚନା ପାଇ ଅପରାହ୍ଣ ୫ଟା ୫୨ ମିନିଟ୍ରେ ବିମାନବନ୍ଦରରେ ପୂର୍ଣ୍ଣ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା। ଏହାପରେ ବିମାନବନ୍ଦରରେ ଥିବା ଯାତ୍ରୀ, କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବାରଣ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ବିମାନ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Tags: