ବଡ଼ ନେତା ହୋଇଗଲୁଣି, ସର୍ବସାଧାରଣରେ କିଏ ଯାଇ ହାତ ଯୋଡ଼ିବ..
ନୂଆଦିଲ୍ଳୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗତ ସୋମବାର ଦିନ ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ବିଜେପି ଦଳର ଜାତୀୟ ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ନାଁ ରଖିଛି। କୈଳାସ ବିଜୟବର୍ଗୀୟ ଇନ୍ଦୋର-୧ ଆସନରୁ ନିର୍ବାଚନ ଲଢ଼ିବେ। ତେବେ କୈଳାସ ଦଳର ଏହି ନିଷ୍ପତ୍ତିରେ ଖୁସି ନଥିବା ଜଣାପଡ଼ୁଛି। ବିଜୟବର୍ଗୀୟ ଗତକାଲି ଏକ କାର୍ଯ୍ୟକ୍ରମରେ ଦଳର ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଦଳ ମତେ ଟିକେଟ୍ ଦେଇଛି। କିନ୍ତୁ […]
ନୂଆଦିଲ୍ଳୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗତ ସୋମବାର ଦିନ ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ବିଜେପି ଦଳର ଜାତୀୟ ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ନାଁ ରଖିଛି। କୈଳାସ ବିଜୟବର୍ଗୀୟ ଇନ୍ଦୋର-୧ ଆସନରୁ ନିର୍ବାଚନ ଲଢ଼ିବେ। ତେବେ କୈଳାସ ଦଳର ଏହି ନିଷ୍ପତ୍ତିରେ ଖୁସି ନଥିବା ଜଣାପଡ଼ୁଛି। ବିଜୟବର୍ଗୀୟ ଗତକାଲି ଏକ କାର୍ଯ୍ୟକ୍ରମରେ ଦଳର ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଦଳ ମତେ ଟିକେଟ୍ ଦେଇଛି। କିନ୍ତୁ ସତ କହିବାକୁ ଗଲେ ମୁଁ ଦଳର ଏହି ନିଷ୍ପତ୍ତିରେ ଭିତରୁ ଖୁସି ନାହିଁ କି ମୋର ୧ ପ୍ରତିଶତ ବି ନିର୍ବାଚନ ଲଢ଼ିବାର ଇଚ୍ଛା ନାହିଁ। ସେ କହିଛନ୍ତି, ଏବେ ଆମେ ବଡ଼ ନେତା ହୋଇଗଲୁଣି, କିଏ ସର୍ବସାଧାରଣରେ ଯାଇ ହାତ ଯୋଡ଼ିବ। ଏବେ ବି ମୁଁ ବିଶ୍ବାସ କରିପାରୁନି ଯେ ମୁଁ ଟିକେଟ୍ ପାଇଛି ଏବଂ ମୁଁ ଜଣେ ପ୍ରତିଦ୍ବନ୍ଦ୍ବୀ।




