ବଜେଟ୍ ପୂର୍ବରୁ ଅର୍ଥନୀତିକୁ ନେଇ ମୋଦି ସରକାରଙ୍କୁ ଆକ୍ରମଣ କଲେ ରାହୁଲ
ନୂଆଦିଲ୍ଲୀ: ଫେବୃୟାରୀ ୧ରେ ବଜେଟ ଆଗତ ହେବାର ଅବ୍ୟବହିତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କଡା ଟିପ୍ପଣୀ ଦେଇ କହିଛନ୍ତି, ଏକ ଶାନ୍ତିପ୍ରିୟ ରାଷ୍ଟ୍ରଭାବେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ରଖୁଥିବା ଭାରତର ଚିତ୍ରକୁ କଳଙ୍କିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି ମୋଦି ଜିଏସଟିକୁ ବୁଝିପାରିଲେ ନାହିଁ । ଜୟପୁରରେ ଏକ ରାଲିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ରାହୁଲ କହିଛନ୍ତି, ୟୁପିଏ ସରକାର ଯିବାଠାରୁ […]
ନୂଆଦିଲ୍ଲୀ: ଫେବୃୟାରୀ ୧ରେ ବଜେଟ ଆଗତ ହେବାର ଅବ୍ୟବହିତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କଡା ଟିପ୍ପଣୀ ଦେଇ କହିଛନ୍ତି, ଏକ ଶାନ୍ତିପ୍ରିୟ ରାଷ୍ଟ୍ରଭାବେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ରଖୁଥିବା ଭାରତର ଚିତ୍ରକୁ କଳଙ୍କିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି ମୋଦି ଜିଏସଟିକୁ ବୁଝିପାରିଲେ ନାହିଁ । ଜୟପୁରରେ ଏକ ରାଲିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ରାହୁଲ କହିଛନ୍ତି, ୟୁପିଏ ସରକାର ଯିବାଠାରୁ ଦେଶର ଅର୍ଥନୀତି ତଳକୁ ତଳକୁ ଖସିବାରେ ଲାଗିଛି । ଯୁବକମାନେ ହେଉଛନ୍ତି ଦେଶର ସବୁଠୁ ବଡ ସମ୍ପତ୍ତି କିନ୍ତୁ ଦେଶ ଏହି ସମ୍ପତ୍ତିକୁ ବିନିଯୋଗ କରିବାରେ ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨କୋଟି ନିଯୁକ୍ତି ଦେବାକୁ ପ୍ରତିଜ୍ଞା କରିଥିଲେ କିନ୍ତୁ ଗତ ବର୍ଷ ପ୍ରାୟ ୧ କୋଟି ଲୋକ ସେମାନଙ୍କର ନିଯୁକ୍ତି ହରାଇଛନ୍ତି । ବିଜେପି ସରକାର ଅର୍ଥନୈତିକ ସମସ୍ୟାକୁ ଦୂର କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ , ଏବେ ଅନ୍ୟ ଉପାୟରେ ରାଷ୍ଟ୍ରର ଧ୍ୟାନ ହଠାଇବାକୁ ଅପଚେଷ୍ଟା କରୁଛନ୍ତି । ରାହୁଲ କହିଛନ୍ତି, ‘ ନରେନ୍ଦ୍ର ମୋଦି ଦେଶର ଯୁବକମାନଙ୍କୁ କହିବାକୁ ସାହାସ କରିପାରିବେ କି କାହିଁକି ଭାରତର ଅର୍ଥନୀତି ଏକ ବିପର୍ଯ୍ୟୟରେ ପରିଣତ ହୋଇଛି, କାହିଁକି ଦେଶରେ ବେକାରୀ ସମସ୍ୟା ବଢ଼ୁଛି ? ଛାତ୍ର ମାନଙ୍କ ଆଗରେ ଛିଡା ହେବାର ସାହସ ତାଙ୍କ ପାଖରେ ନାହିଁ । ସେ ଏବେ କୋ÷ଣସି ବିଶ୍ୱବିଦ୍ୟାଳୟକୁ ବିନା ପୋଲିସ ସୁରକ୍ଷାରେ ଯାଇ ଛିଡା ହୋଇ କହିପାରିବେ କି ସେ ଦେଶ ପାଇଁ କ’ଣ କରିବାକୁ ଯାଉଛନ୍ତି ।




