ବଜେଟ୍‌ ଅଧିବେଶନରେ ଆଗତ ହେବ ୱକଫ ବିଲ୍‌

ନୂଆଦିଲ୍ଲୀ: ବିବାଦୀୟ ୱକଫ୍‌ ସଂଶୋଧନ ବିଲ୍‌ ୨୦୨୫ ଫେବ୍ରୁଆରିରେ ସଂସଦର ବଜେଟ୍‌ ଅଧିବେଶନରେ ଆଗତ ହୋଇପାରେ। ବିଲ୍‌ର ସମୀକ୍ଷା ଦାୟିତ୍ବରେ ଥିବା ‌ଜେପିସି (ଯୁଗ୍ମ ସଂସଦୀୟ କମିଟି)ରେ ପ୍ରବଳ ବିତର୍କ ଏବଂ ମତଭେଦ ପାଇଁ ବିଲ୍‌କୁ ପରବର୍ତ୍ତୀ ସଂସଦୀୟ ଅଧିବେଶନରେ ଆଗତ କରିବାପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଜେପିସି କାର୍ଯ୍ୟକାଳ ବୃଦ୍ଧି ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବ ଅନୁଯା‌ୟୀ କମିଟି ବଜେଟ୍‌ ଅଧିବେଶନର ପ୍ରଥମ ସପ୍ତାହରେ ସଂସଦରେ ଏହାର […]

Samaya Live Picture
Published On

ନୂଆଦିଲ୍ଲୀ: ବିବାଦୀୟ ୱକଫ୍‌ ସଂଶୋଧନ ବିଲ୍‌ ୨୦୨୫ ଫେବ୍ରୁଆରିରେ ସଂସଦର ବଜେଟ୍‌ ଅଧିବେଶନରେ ଆଗତ ହୋଇପାରେ। ବିଲ୍‌ର ସମୀକ୍ଷା ଦାୟିତ୍ବରେ ଥିବା ‌ଜେପିସି (ଯୁଗ୍ମ ସଂସଦୀୟ କମିଟି)ରେ ପ୍ରବଳ ବିତର୍କ ଏବଂ ମତଭେଦ ପାଇଁ ବିଲ୍‌କୁ ପରବର୍ତ୍ତୀ ସଂସଦୀୟ ଅଧିବେଶନରେ ଆଗତ କରିବାପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଜେପିସି କାର୍ଯ୍ୟକାଳ ବୃଦ୍ଧି ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବ ଅନୁଯା‌ୟୀ କମିଟି ବଜେଟ୍‌ ଅଧିବେଶନର ପ୍ରଥମ ସପ୍ତାହରେ ସଂସଦରେ ଏହାର ରିପୋର୍ଟ ଦାଖଲ କରିବ। ଏହି ପ୍ରସ୍ତାବ ଏବେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ଙ୍କ ଅଧୀନରେ ଅଛି। ପରେ ସେ ଏହାକୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିଚାର ପାଇଁ ପଠାଇଦେବେ। ଜେପିସିର କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଲୋକସଭା ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଜେପିସି ଅଧ୍ୟକ୍ଷ ପାଲ୍‌ କହିଛନ୍ତି, କମିଟିର କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରସ୍ତାବକୁ କମିଟିର ସମସ୍ତ ସଦସ୍ୟ ସ୍ବୀକୃତି ଦେଇଛନ୍ତି। ତେବେ ଏହା କେତେ ଦିନ ପାଇଁ ବୃଦ୍ଧି ହେବ ସେନେଇ ପାଲ୍‌ ସୂଚନା ଦେଇନାହାନ୍ତି।

Tags: