ବଜେଟକୁ ବିରୋଧ କରି କକ୍ଷତ୍ୟାଗ କଲେ ବିରୋଧୀ ସାଂସଦ
ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍କୁ ପକ୍ଷପାତପୂର୍ଣ୍ଣ ଏବଂ ଭେଦଭାବ ସୃଷ୍ଟିକାରୀ ବୋଲି କହିବା ସହ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଜି ଏହା ବିରୋଧରେ ସଂସଦରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଲଗାତାର ସପ୍ତମ ଥର ପାଇଁ ଦାଖଲ କରାଯାଇଥିବା କେନ୍ଦ୍ର ବଜେଟକୁ ବିରୋଧୀ ନେତାମାନେ ତୀବ୍ର ବିରୋଧ କରିଛନ୍ତି। ଏନ୍ଡିଏ ସରକାର ବଜେଟ୍ରେ ଏହାର ମେଣ୍ଟ ସହଯୋଗୀ ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ସୁହାଇବା ଭଳି ପଦକ୍ଷେପ ନେଇଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍କୁ ପକ୍ଷପାତପୂର୍ଣ୍ଣ ଏବଂ ଭେଦଭାବ ସୃଷ୍ଟିକାରୀ ବୋଲି କହିବା ସହ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଜି ଏହା ବିରୋଧରେ ସଂସଦରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଲଗାତାର ସପ୍ତମ ଥର ପାଇଁ ଦାଖଲ କରାଯାଇଥିବା କେନ୍ଦ୍ର ବଜେଟକୁ ବିରୋଧୀ ନେତାମାନେ ତୀବ୍ର ବିରୋଧ କରିଛନ୍ତି। ଏନ୍ଡିଏ ସରକାର ବଜେଟ୍ରେ ଏହାର ମେଣ୍ଟ ସହଯୋଗୀ ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ସୁହାଇବା ଭଳି ପଦକ୍ଷେପ ନେଇଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, ଚଳିତ ବର୍ଷର କେନ୍ଦ୍ର ବଜେଟ୍ ଦ୍ବାରା ବଜେଟ୍ର ସ୍ବାଭାବିକ ଧାରା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ତେବେ ବିରୋଧୀ ସାଂସଦମାନେ ସେମାନଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବାପାଇଁ କୃଷକଙ୍କୁ ସଂସଦକୁ ନିମନ୍ତ୍ରଣ କରିଥିବା କଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। କିନ୍ତୁ କୃଷକଙ୍କୁ ସଂସଦରେ ପ୍ରବେଶ ଅନୁମତି ମିଳୁନାହିଁ ବୋଲି ରାହୁଲ କହିଛନ୍ତି। ବିରୋଧୀ ସାଂସଦମାନେ ଆଜି ବଜେଟକୁ ବିରୋଧ କରି ରାଜ୍ୟସଭାରେ କକ୍ଷ ତ୍ୟାଗ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆସନ ବଞ୍ଚାଇବାପାଇଁ ଏସବୂ ଚାଲିଛି। ଆମେ ଏହାକୁ ବିରୋଧ କରିବୁ। ଇଣ୍ଡିଆ ମେଣ୍ଟର ସମସ୍ତ ସଦସ୍ୟ ଏହାକୁ ବିରୋଧ କରିବେ।




