ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଗଣଗୁଳିକାଣ୍ଡ, ୨ ମୃତ

ନୂଆଦିଲ୍ଲୀ: ଗତକାଲି ଫ୍ଲୋରିଡା ଷ୍ଟେଟ୍‌ ବିଶ୍ବବିଦ୍ୟାଳୟରେ ଘଟିଥିବା ଗୁଳିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ ହୋଇଛି। ଫ୍ଲୋରିଡା ପୁଲିସ ମୁଖ୍ୟ ଜାସୋନ୍‌ ଟ୍ରମ୍‌ବୋଏର୍‌ଙ୍କ ସୂଚନାନୁସାରେ, ଗତକାଲି ପୂର୍ବାହ୍‌ଣ ୧୧ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ)ରେ ଫୋନିକ୍ସ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଚାନକ ଜଣେ ଯୁବକ ଲୋକଙ୍କ ଉପରେ ଗୁଳି ଚଳାଇଥିଲା। ସୂଚନା ପାଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ଅଭିଯାନରେ ପୁଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ […]

ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଗଣଗୁଳିକାଣ୍ଡ, ୨ ମୃତ
Samaya Live Picture
Published On

ନୂଆଦିଲ୍ଲୀ: ଗତକାଲି ଫ୍ଲୋରିଡା ଷ୍ଟେଟ୍‌ ବିଶ୍ବବିଦ୍ୟାଳୟରେ ଘଟିଥିବା ଗୁଳିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ ହୋଇଛି। ଫ୍ଲୋରିଡା ପୁଲିସ ମୁଖ୍ୟ ଜାସୋନ୍‌ ଟ୍ରମ୍‌ବୋଏର୍‌ଙ୍କ ସୂଚନାନୁସାରେ, ଗତକାଲି ପୂର୍ବାହ୍‌ଣ ୧୧ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ)ରେ ଫୋନିକ୍ସ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଚାନକ ଜଣେ ଯୁବକ ଲୋକଙ୍କ ଉପରେ ଗୁଳି ଚଳାଇଥିଲା। ସୂଚନା ପାଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ଅଭିଯାନରେ ପୁଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ ଘଟିଛି । ଅଭିଯୁକ୍ତଙ୍କ ନାମ ଫୋନିକ୍ସ ଇକ୍‌ନେର (୨୦)। ସେ ସ୍ଥାନୀୟ ପୁଲିସ ଅଧିକାରୀ (ସେରିଫ୍‌)ଙ୍କ ପୁଅ ଅଟନ୍ତି। ଘଟଣାସ୍ଥଳରୁ ଏକ ହ୍ୟାଣ୍ଡ୍‌ଗନ୍‌ ଜବତ ହୋଇଛି। ଏହି ବନ୍ଧୁକଟି ତାଙ୍କ ମା’ଙ୍କ ବନ୍ଧୁକ ଅଟେ। ଅଭିଯୁକ୍ତ ଜଣକ ତାଙ୍କ ମା’ କାର୍ଯ୍ୟକରୁଥିବା ଲିଓନ୍‌ କାଉଣ୍ଟି ପୁଲିସ କାର୍ଯ୍ୟାଳୟର ୟୁଥ୍‌ ଆଡ୍‌ଭାଇଜରି କାଉନ୍‌ସିଲର ସଦସ୍ୟ ଅଟନ୍ତି। ସେ ସେଠାରୁ ବନ୍ଧୁକ ଚଳାଇବା ଶିଖିଥିଲେ। ଗୁଳିକାଣ୍ଡରେ ଆହତ ହୋଇଥିବା ୬ଜଣ ସମ୍ପ୍ରତି ତାଲାହାସି ମେମୋରିଆଲ୍‌ ହେଲ୍‌ଥକେୟାର୍‌ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅପରପକ୍ଷରେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଜାରି ସୂଚନାରେ, ଏପ୍ରିଲ୍‌ ୧୭ ଓ ୧୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ବବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ବାତିଲ କରାଯାଇଛି।

Tags: