ଫ୍ରିଜ୍ କମ୍ପ୍ରେସର ଫାଟି ପଂଜାବରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ଚଣ୍ଡିଗଡ଼: ପଂଜାବର ଜଲନ୍ଧର ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମ‌ରେ ଫ୍ରିଜ୍ କମ୍ପ୍ରେସର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ଫ୍ରିଜ୍‌ କମ୍ପ୍ରେସର ଫାଟିବା ଦ୍ବାରା ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ମୃତକମାନେ ହେଉଛନ୍ତି ଯଶପାଲ ଘାଇ (୭୦), ରୁଚି ଘାଇ (୪୦), ମାନ୍ସା (୧୪), ଦିବା (୧୨) ଏବଂ ଅକ୍ଷୟ (୧୦)। […]

Samaya Live Picture
Published On

ଚଣ୍ଡିଗଡ଼: ପଂଜାବର ଜଲନ୍ଧର ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମ‌ରେ ଫ୍ରିଜ୍ କମ୍ପ୍ରେସର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ଫ୍ରିଜ୍‌ କମ୍ପ୍ରେସର ଫାଟିବା ଦ୍ବାରା ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ମୃତକମାନେ ହେଉଛନ୍ତି ଯଶପାଲ ଘାଇ (୭୦), ରୁଚି ଘାଇ (୪୦), ମାନ୍ସା (୧୪), ଦିବା (୧୨) ଏବଂ ଅକ୍ଷୟ (୧୦)। ତେବେ କମ୍ପ୍ରେସର ଫାଟିବାର ପ୍ରକୃତ କାରଣ କ’ଣ ଜଣାପଡ଼ିନି। ଜଲନ୍ଧରର ଅବତାର ନଗର ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି। ସମସ୍ତ ୫ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଛି।

Tags: