ଫ୍ରାନ୍ସ ବାସ୍ତିଲ ଡେ ପରେଡ୍ରେ ମୋଦୀ ମୁଖ୍ୟ ଅତିଥି

ନୂଆଦିଲ୍ଲୀ : ଫ୍ରାନ୍ସର ବାସ୍ତିଲ ଡେ ପରେଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହେବେ। ଭାରତୀୟ ବାୟୁସେନାର ୩ ରାଫେଲ୍ ଯୁଦ୍ଧବିମାନ ବାସ୍ତିଲ ଡେ ଫ୍ଲାଏପାଷ୍ଟ୍ରେ ଅଂଶଗ୍ରହଣ କରିବ। ଜୁଲାଇ ୧୪ ବାସ୍ତିଲ ଡେ’ରେ ପ୍ୟାରିସରେ ପାରମ୍ପରିକ ମିଲିଟାରି ପରେଡ୍ ହେବ। ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁଲାଇ ୧୪ ଫ୍ରାନ୍ସ ଜାତୀୟ ଦିବସରେ ମୁଖ୍ୟ ଅତିଥି ହେବେ। ମାକ୍ରନ ଏକ ଟ୍ବିଟ୍ କରି କହିଛନ୍ତି, ପ୍ରିୟ ନରେନ୍ଦ୍ର, ଜୁଲାଇ […]

Samaya Live Picture
Published On

ନୂଆଦିଲ୍ଲୀ : ଫ୍ରାନ୍ସର ବାସ୍ତିଲ ଡେ ପରେଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହେବେ। ଭାରତୀୟ ବାୟୁସେନାର ୩ ରାଫେଲ୍ ଯୁଦ୍ଧବିମାନ ବାସ୍ତିଲ ଡେ ଫ୍ଲାଏପାଷ୍ଟ୍ରେ ଅଂଶଗ୍ରହଣ କରିବ। ଜୁଲାଇ ୧୪ ବାସ୍ତିଲ ଡେ’ରେ ପ୍ୟାରିସରେ ପାରମ୍ପରିକ ମିଲିଟାରି ପରେଡ୍ ହେବ। ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁଲାଇ ୧୪ ଫ୍ରାନ୍ସ ଜାତୀୟ ଦିବସରେ ମୁଖ୍ୟ ଅତିଥି ହେବେ। ମାକ୍ରନ ଏକ ଟ୍ବିଟ୍ କରି କହିଛନ୍ତି, ପ୍ରିୟ ନରେନ୍ଦ୍ର, ଜୁଲାଇ ୧୪ ପରେଡ୍ରେ ଆପଣଙ୍କୁ ପ୍ୟାରିସକୁ ମୁଖ୍ୟ ଅତିଥି ଭାବେ ସ୍ବାଗତ କରି ମୁଁ ବହୁତ ଖୁସି।

Tags: