ଫ୍ରାନ୍ସ ଗସ୍ତରେ ମୋଦୀ, ବାସ୍ତିଲ ଡେ ପରେଡ୍ରେ ମୁଖ୍ୟ ଅତିଥି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଫ୍ରାନ୍ସରେ ମୋଦୀଙ୍କୁ ଗତକାଲି ଭବ୍ୟ ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ୍ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଫ୍ରାନ୍ସ ଗସ୍ତ କରିଛନ୍ତି। ମୋଦୀ ଆଜି ବାସ୍ତିଲ ଡେ’ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମୋଦୀଙ୍କ ଗସ୍ତ ଅବସରରେ ୨ ରାଷ୍ଟ୍ର ମଧ୍ୟରେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଫ୍ରାନ୍ସରେ ମୋଦୀଙ୍କୁ ଗତକାଲି ଭବ୍ୟ ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ୍ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଫ୍ରାନ୍ସ ଗସ୍ତ କରିଛନ୍ତି। ମୋଦୀ ଆଜି ବାସ୍ତିଲ ଡେ’ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମୋଦୀଙ୍କ ଗସ୍ତ ଅବସରରେ ୨ ରାଷ୍ଟ୍ର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବ। ବାସ୍ତିଲ ଡେ ପରେଡ୍ ଅବ୍ୟବହିତ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ବାସ୍ତିଲ ଡେ ପରେଡ୍ରେ ଭାରତୀୟ ବାୟୁସେନାର ରାଫେଲ୍ ଯୁଦ୍ଧ ବିମାନ ଅଂଶଗ୍ରହଣ କରିବ। ଫ୍ରାନ୍ସ ଗସ୍ତ କରିବା ପୂର୍ବରୁ ମୋଦୀ ଏକ ବିବୃତି ଜାରି କରି ତାଙ୍କ ଫ୍ରାନ୍ସ ଗସ୍ତକୁ ସ୍ବତନ୍ତ୍ର କହିଥିଲେ। ବାସ୍ତିଲ ଡେ ପରେଡ୍ରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଏବଂ ଦୁଇ ରାଷ୍ଟ୍ରର ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଦିଗରେ ତାଙ୍କର ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ମୋଦୀ ପ୍ୟାରିସରେ ପହଞ୍ଚିବାପରେ ଭାରତୀୟ ବଂଶୋଦ୍ଭବ ନାଗରିକ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇ ସେମାନେ ମୋଦୀଙ୍କୁ ସ୍ବାଗତ କରିଥିଲେ। ଅନେକ ମଧ୍ୟ ମୋଦୀଙ୍କ ସହ ସେଲ୍ଫି ନେଇଥିଲେ ଏବଂ ତାଙ୍କୁ ଉପହାର ଦେଇଥିଲେ।




