ଫ୍ରାନ୍ସରେ ଦଙ୍ଗା ସ୍ଥିତି ଅଣାୟତ୍ତ, ହଜାରେରୁ ଅଧିକ ଗିରଫ
ନୂଆଦିଲ୍ଲୀ: ଗତ ମଙ୍ଗଳବାରଠାରୁ ଫ୍ରାନ୍ସରେ ଅଶାନ୍ତ ସ୍ଥିତି ଲାଗି ରହିଛି। ମଙ୍ଗଳବାର ଦିନ ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ହେବାପରେ ଉକ୍ତ ଘଟଣାକୁ ବିରୋଧ କରି ଫ୍ରାନ୍ସର ପ୍ରମୁଖ ସହରମାନଙ୍କରେ ଦଙ୍ଗା ଏବଂ ପୋଡ଼ାଜଳା ହୋଇଛି। ଆନ୍ଦୋଳନକାରୀ ଲଗାତାର ୪ ଦିନ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ଏବଂ ଦଙ୍ଗାକାରୀ ମୁହାଁମୁହିଁ ହୋଇଛନ୍ତି। ହଜାରେରୂ ଅଧିକ ଲୋକ ଗିରଫ ହେଲେଣି ଏବଂ ଶତାଧିକ ଲୋକଙ୍କୁ ଅଟକ ରଖାଯାଇଛି। […]
ନୂଆଦିଲ୍ଲୀ: ଗତ ମଙ୍ଗଳବାରଠାରୁ ଫ୍ରାନ୍ସରେ ଅଶାନ୍ତ ସ୍ଥିତି ଲାଗି ରହିଛି। ମଙ୍ଗଳବାର ଦିନ ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ହେବାପରେ ଉକ୍ତ ଘଟଣାକୁ ବିରୋଧ କରି ଫ୍ରାନ୍ସର ପ୍ରମୁଖ ସହରମାନଙ୍କରେ ଦଙ୍ଗା ଏବଂ ପୋଡ଼ାଜଳା ହୋଇଛି। ଆନ୍ଦୋଳନକାରୀ ଲଗାତାର ୪ ଦିନ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ଏବଂ ଦଙ୍ଗାକାରୀ ମୁହାଁମୁହିଁ ହୋଇଛନ୍ତି। ହଜାରେରୂ ଅଧିକ ଲୋକ ଗିରଫ ହେଲେଣି ଏବଂ ଶତାଧିକ ଲୋକଙ୍କୁ ଅଟକ ରଖାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଇତିମଧ୍ୟରେ ଅଭିଭାବକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନଙ୍କ ପିଲାଙ୍କୁ ସେମାନେ ଦଙ୍ଗାରୁ ଦୂରେଇ ରଖନ୍ତୁ। ପ୍ୟାରିସରେ ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଦୋକାନ ବଜାର ଭଙ୍ଗାରୁଜା ହୋଇଛି ଏବଂ ଲୋକ ଗାଡ଼ି ଜାଳି ଦେଇଛନ୍ତି। ଗତକାଲି ଏକ ଜରୁରୀ ସରକାରୀ ବୈଠକ ହୋଇଛି। ବୈଠକରେ ମାକ୍ରନ ଘୋଷଣା କରିଛନ୍ତି ଯେ ଦଙ୍ଗାକାରୀମାନେ ୪୯୨ ସରକାରୀ କୋଠା ନଷ୍ଟ କରିଦେଇଛନ୍ତି। ସେମାନେ ୨ ହଜାର ଗାଡ଼ି ଜାଳି ଦେଇଛନ୍ତି। ୩୮୮୦ ସ୍ଥାନରେ ପୋଡ଼ାଜଳା ହୋଇଛି। ପୁଲିସ ଏବଂ ଦଙ୍ଗାକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଗତକାଲି ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ୪୫ ହଜାର ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଖୁବ୍ ଶୀଘ୍ର ଫ୍ରାନ୍ସରେ ଏମର୍ଜେନ୍ସି ଘୋଷଣା ହୋଇପାରେ।




