ଫ୍ରାନ୍ସରୁ ୨୬ ରାଫେଲ, ୩ ସ୍କର୍ପିନ ବୁଡ଼ାଜାହାଜ କ୍ରୟ ପାଇଁ ମଂଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଫ୍ରାନ୍ସଠାରୁ ୨୬ଟି ରାଫେଲ ଯୁଦ୍ଧ ବିମାନ ଏବଂ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟ ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ହୋଇଥିବା ଡିଏସି ( ଡିଫେନ୍ସ ଆକ୍ବିଜିସନ କାଉନସିଲ) ବୈଠକରେ ଉକ୍ତ ପ୍ରସ୍ତାବକୁ ମଂଜୁରି ମିଳିଛି। ଏହି ପ୍ରତିରକ୍ଷା ଚୁକ୍ତିର ମୂଲ୍ୟ ପ୍ରାୟ ୫.୫ ବିଲିଅନ୍‌ ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଫ୍ରାନ୍ସଠାରୁ ୨୬ଟି ରାଫେଲ ଯୁଦ୍ଧ ବିମାନ ଏବଂ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟ ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ହୋଇଥିବା ଡିଏସି ( ଡିଫେନ୍ସ ଆକ୍ବିଜିସନ କାଉନସିଲ) ବୈଠକରେ ଉକ୍ତ ପ୍ରସ୍ତାବକୁ ମଂଜୁରି ମିଳିଛି। ଏହି ପ୍ରତିରକ୍ଷା ଚୁକ୍ତିର ମୂଲ୍ୟ ପ୍ରାୟ ୫.୫ ବିଲିଅନ୍‌ ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ଏହି ପ୍ରତିରକ୍ଷା ଚୁକ୍ତି ଘୋଷଣା ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଭାରତ ପୂର୍ବରୁ ଭାରତୀୟ ବାୟୁ‌ ସେନା ପାଇଁ ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ କରିସାରିଛି।

Tags: