ଫୋନ କଲ୍ ସମୟରେ ୨ ବର୍ଷର ପୁଅ କାନ୍ଦିବାରୁ ତଣ୍ଟି ଚିପିଦେଲା ମା’
ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଜଣେ ମହିଳା ନିଜ ୨ ବର୍ଷର ପୁଅର ତଣ୍ଟି ଚିପି ମାରି ଦେଇଛନ୍ତି। ଫୋନ କଲ୍ ସମୟରେ ପୁଅ କାନ୍ଦି ତାଙ୍କୁ ବିରକ୍ତ କରିବାରୁ ସେ ପୁଅର ତଣ୍ଟି ଚିପିଦେଲେ। ଅଫସନା ଖାତୁନ ନାମ୍ନୀ ଜଣେ ମହିଳା ଗତ ୬ ବର୍ଷ ତଳେ ନିଜାମୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ପିଲା। ଜଣଙ୍କୁ ୪ ଏବଂ ଜଣଙ୍କୁ ୨ ବର୍ଷ। ଅଫସାନାଙ୍କ ଶ୍ବଶୁର ଏବଂ ଅଭିଯୋଗକାରୀ […]
ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଜଣେ ମହିଳା ନିଜ ୨ ବର୍ଷର ପୁଅର ତଣ୍ଟି ଚିପି ମାରି ଦେଇଛନ୍ତି। ଫୋନ କଲ୍ ସମୟରେ ପୁଅ କାନ୍ଦି ତାଙ୍କୁ ବିରକ୍ତ କରିବାରୁ ସେ ପୁଅର ତଣ୍ଟି ଚିପିଦେଲେ। ଅଫସନା ଖାତୁନ ନାମ୍ନୀ ଜଣେ ମହିଳା ଗତ ୬ ବର୍ଷ ତଳେ ନିଜାମୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ପିଲା। ଜଣଙ୍କୁ ୪ ଏବଂ ଜଣଙ୍କୁ ୨ ବର୍ଷ। ଅଫସାନାଙ୍କ ଶ୍ବଶୁର ଏବଂ ଅଭିଯୋଗକାରୀ ରୋଜନ ଅନ୍ସାରୀ କହିଛନ୍ତି, ଅଫସନା ସ୍ବାମୀଙ୍କ ସହ ଝଗଡ଼ା କରିବାପରେ ଗୋଟିଏ ଘରେ ନିଜକୁ ବନ୍ଦ କରି ରଖିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ୨ ବର୍ଷର ପୁଅ ଥିଲା। ସେ କାହା ସହ ଫୋନ୍ରେ କଥା ହେଉଥିବାବେଳେ ତାଙ୍କ ପୁଅ କାନ୍ଦିବାରୁ ଏଥିରେ ସେ ବିରକ୍ତ ହୋଇଯାଇଥିଲେ। ପୁଅକୁ ଚୁପ୍ କରିବା ବଦଳରେ ସେ ପୁଅର ତଣ୍ଟି ଚିପି ମାରିଦେଇଥିଲେ। ସ୍ବାମୀ ଆସିବାପରେ ସେ ତାଙ୍କ ସ୍ବାମୀଙ୍କୁ ଶୋଇବାକୁ କହିଲେ। କିନ୍ତୁ ତାଙ୍କ ସ୍ବାମୀ ତାଙ୍କ ପୁଅକୁ ଅଚେତ ଥିବା ଦେଖିଥିଲେ। ଶିଶୁକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଇତି ମଧ୍ୟରେ ଅଫସନାକୁ ଗିରଫ କରି ଜେଲ୍ ପଠାଯାଇଛି।




