ଫେସବୁକରେ ଲାଇଭ ଭିଡିଓ କରି ଆତ୍ମହତ୍ୟା କଲେ ଅଯୋଧ୍ୟା ପୂରୋହିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାର ଜଣେ ମନ୍ଦିର ପୂରୋହିତ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟାର ଭିଡିଓ ସେ ଫେସବୁକରେ ଲାଇଭ୍ କରିଛନ୍ତି। ଉକ୍ତ ପୂରୋହିତଙ୍କ ନାମ ରାମ ଶଙ୍କର ଦାସ। ବୟସ ୨୮। ପୁଲିସ ନିର୍ଯାତନା ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ରାମ ଶଙ୍କର ଦାସ ରାଜଗଂଜ ଥାନା ଆଉଟପୋଷ୍ଟ୍ର ଥାନାଧିକାରୀ ଏବଂ କନେଷ୍ଟବଳଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷେ ପୁଲିସ ଏହି ଅଭିଯୋଗ ଖଣ୍ଡନ କରିଛି। ଉକ୍ତ ଯୁବକ […]

Samaya Live Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାର ଜଣେ ମନ୍ଦିର ପୂରୋହିତ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟାର ଭିଡିଓ ସେ ଫେସବୁକରେ ଲାଇଭ୍ କରିଛନ୍ତି। ଉକ୍ତ ପୂରୋହିତଙ୍କ ନାମ ରାମ ଶଙ୍କର ଦାସ। ବୟସ ୨୮। ପୁଲିସ ନିର୍ଯାତନା ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ରାମ ଶଙ୍କର ଦାସ ରାଜଗଂଜ ଥାନା ଆଉଟପୋଷ୍ଟ୍ର ଥାନାଧିକାରୀ ଏବଂ କନେଷ୍ଟବଳଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଅନ୍ୟ
ପକ୍ଷେ ପୁଲିସ ଏହି ଅଭିଯୋଗ ଖଣ୍ଡନ କରିଛି। ଉକ୍ତ ଯୁବକ ଜଣଙ୍କ ଡ୍ରଗ୍ସ ପ୍ରଭାବରେ ଥିଲେ ଏବଂ ଡ୍ରଗ୍ସ ପ୍ରଭାବରେ ସେ ଆତ୍ମହତ୍ୟା କରିଛନ୍ତି ବୋଳି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପୁଲିସ ରାମ ଶଙ୍କର ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ମଠର ଜଣେ ମହନ୍ତଙ୍କ ନିଖୋଜ ଘଟଣାରେ ତାଙ୍କ ବିରୋଧ;ରେ ପୁଲିସ ମାମଲା ରୁଜୁ କରିଥିଲା।

Tags: