ଫେବ୍ରୁଆରି ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ, ୮ରେ ଫଳାଫଳ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ ନୂଆବର୍ଷରେ ସର୍ବପ୍ରଥମେ ଦିଲ୍ଳୀରେ ନିର୍ବାଚନ ହେବ। ଫେବ୍ରୁଆରି ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିସନ ବିରୋଧରେ ଆସିଥିବା ଅଭିଯୋଗ ଉପରେ ବି […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ ନୂଆବର୍ଷରେ ସର୍ବପ୍ରଥମେ ଦିଲ୍ଳୀରେ ନିର୍ବାଚନ ହେବ। ଫେବ୍ରୁଆରି ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିସନ ବିରୋଧରେ ଆସିଥିବା ଅଭିଯୋଗ ଉପରେ ବି ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି, ‘‘ଇଭିଏମ୍‌ ଅନିୟମିତତା, ଭୋଟର୍‌ ତାଲିକାରେ ଜାଲିଆତି ଭଳି ବିଭିନ୍ନ ଅଭିଯୋଗ ଆଦି ନିର୍ବାଚନ କମିସନ ବିରୋଧରେ ଆସିଛି। ଜନତାଙ୍କ ପ୍ରଶ୍ନରେ ଗଣତନ୍ତ୍ର ପରିପୁଷ୍ଟ ହୁଏ। ଆମେ ସବୁ ପ୍ରଶ୍ନର ଉତ୍ତର ଦେବୁ।’ ୭୦ ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଏହି ନିର୍ବାଚନ ନୂଆ ଗୃହ ନିର୍ମାଣ ପୂର୍ବରୁ ହିଁ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏଯାବତ୍‌ ପାରମ୍ପରିକ ଭାବେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାକୁ ଚାହୁଁଥିବା ବେଳେ ଜାତୀୟ ରାଜଧାନୀରେ କ୍ଷମତା ହାସଲ କରିବାକୁ ବିଜେପି ଜୋର୍‌ଦାର୍‌ ନଜର ରଖିଛି। ଏପଟେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅପେକ୍ଷାରେ ରହିଛି କଂଗ୍ରେସ। ବିଧାନସଭା ନିର୍ବାଚନ ସମସ୍ତ ଦଳ ପାଇଁ ଏକ ସମ୍ମାନଜନକ ଲଢ଼େଇ। ତେଣୁ ଦିଲ୍ଲୀ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି।

Tags: