ଫୁସ୍‌ଫୁସ୍‌ କର୍କଟରେ ଭାରତରେ ପ୍ରତି ୭ ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ ହେଉଛି

ନୂଆଦିଲ୍ଲୀ: ଭାରତରେ ଫୁସ୍‌ଫୁସ୍ କର୍କଟ ରୋଗରେ ପ୍ରତି ସାତ ମିନିଟ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥାଏ। ବାସ୍ତବରେ ଧୂମପାନ କରୁଥିବା କିମ୍ବା କୌଣସି ପ୍ରକାର ତମାଖୁ ସେବନ କରୁଥିବା ମହିଳାଙ୍କ ସଂଖ୍ୟା ପ୍ରାୟ ୮-୯ ପ୍ରତିଶତ ରହିଛି। ଏହାବ୍ୟତୀତ ପରିବାରର ଜଣେ ପୁରୁଷ ସଦସ୍ୟ ଧୂମପାନ କରୁଥିଲେ, ସେହି ପରିବାରର ମହିଳା ସଦସ୍ୟ ପାର୍ଶ୍ବ (ପାସିଭ୍) ଧୂମପାନର ଶିକାର ହୋଇଥାନ୍ତି, ଯାହା ମହିଳାଙ୍କ ମଧ୍ୟରେ ଫୁସଫୁସ କର୍କଟ ହେବାର ଅନ୍ୟତମ କାରଣ ବୋଲି ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍‌ର […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତରେ ଫୁସ୍‌ଫୁସ୍ କର୍କଟ ରୋଗରେ ପ୍ରତି ସାତ ମିନିଟ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥାଏ। ବାସ୍ତବରେ ଧୂମପାନ କରୁଥିବା କିମ୍ବା କୌଣସି ପ୍ରକାର ତମାଖୁ ସେବନ କରୁଥିବା ମହିଳାଙ୍କ ସଂଖ୍ୟା ପ୍ରାୟ ୮-୯ ପ୍ରତିଶତ ରହିଛି। ଏହାବ୍ୟତୀତ ପରିବାରର ଜଣେ ପୁରୁଷ ସଦସ୍ୟ ଧୂମପାନ କରୁଥିଲେ, ସେହି ପରିବାରର ମହିଳା ସଦସ୍ୟ ପାର୍ଶ୍ବ (ପାସିଭ୍) ଧୂମପାନର ଶିକାର ହୋଇଥାନ୍ତି, ଯାହା ମହିଳାଙ୍କ ମଧ୍ୟରେ ଫୁସଫୁସ କର୍କଟ ହେବାର ଅନ୍ୟତମ କାରଣ ବୋଲି ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍‌ର ଯୁଗ୍ମ ପରିଚାଳନା ନିର୍ଦେଶିକା ସଙ୍ଗୀତା ରେଡ୍ଡୀ କହିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ରେଡ୍ଡୀ ଏହା ମଧ୍ୟ କହିଛନ୍ତି ଯେ ସର୍ଭିକାଲ କ୍ୟାନସରର ପ୍ରକୋପ ହ୍ରାସ ପାଇଛି। କର୍କଟ ରୋଗରେ ପୀଡ଼ିତ ମହିଳାଙ୍କ ମୃତ୍ୟୁର ସବୁଠାରୁ ବଡ଼ କାରଣ ସର୍ଭିକାଲ କର୍କଟ। କିନ୍ତୁ ଏବେ ସ୍କ୍ରିନିଂ ଓ ଆଗୁଆ ଚିହ୍ନଟ ବ୍ୟବସ୍ଥା ଯୋଗୁଁ ଏହା କମିବାରେ ଲାଗିଛି ଏବଂ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ରେଡ୍ଡୀ ଗତ କିଛି ବର୍ଷ ମଧ୍ୟରେ ମହିଳାଙ୍କ ମନୋଭାବରେ ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ମହିଳାମାନେ ବର୍ତ୍ତମାନ ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଛନ୍ତି। ଅତୀତରେ ସେମାନେ ନିରବରେ ଯନ୍ତ୍ରଣା ଭୋଗୁଥିଲେ ଏବଂ ନିଜକୁ ଅବହେଳା କରି ଅନ୍ୟମାନଙ୍କର ଯତ୍ନ ନେବାକୁ ଧ୍ୟାନ ଦେଉଥିଲେ। ଫଳରେ ସେମାନେ ବିଳମ୍ବିତ ପର୍ଯ୍ୟାୟ କର୍କଟ କିମ୍ବା ଶେଷ ପର୍ଯ୍ୟାୟ ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାକୁ ଆସୁଥିଲେ। ଏବେ ମହିଳାମାନେ ବେଶ୍ ସଚେତନ ହେଉଛନ୍ତି ବୋଲି ରେଡ୍ଡୀ କହିଛନ୍ତି।

Tags: