ଫିଲ୍ମନିର୍ମାତା ପ୍ରଦୀପ ସରକାରଙ୍କ ପରଲୋକ
ନୂଆଦିଲ୍ଲୀ,୨୪/୩ : ଫିଲ୍ମନିର୍ମାତା ପ୍ରଦୀପ ସରକାରଙ୍କର ଆଜି ଭୋର ୩.୩୦ ସମୟରେ ପରଲୋକ ଘଟିଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ପ୍ରଦୀପ ସରକାରଙ୍କ ପୋଟାସିୟମ ସ୍ତର ଅତି କମିଯାଇଥିଲା। ସେ ଡାଇଲୋସିସ୍ରେ ଥିଲେ। ଭୋର ପ୍ରାୟ ୩ଟା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ମାତ୍ର ଅଧ ଘଣ୍ଟା ମଧ୍ୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାାରେ ମୃତ୍ୟୁ ହୋଇଯାଇଛି। ଲୋକପ୍ରୀୟ ଫିଲ୍ମନିର୍ମାତା ପ୍ରଦୀପ ସରକାର ପରିଣୀତା, ଲଗା ଚୁନେରି ମେଁ […]
ନୂଆଦିଲ୍ଲୀ,୨୪/୩ : ଫିଲ୍ମନିର୍ମାତା ପ୍ରଦୀପ ସରକାରଙ୍କର ଆଜି ଭୋର ୩.୩୦ ସମୟରେ ପରଲୋକ ଘଟିଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ପ୍ରଦୀପ ସରକାରଙ୍କ ପୋଟାସିୟମ ସ୍ତର ଅତି କମିଯାଇଥିଲା। ସେ ଡାଇଲୋସିସ୍ରେ ଥିଲେ। ଭୋର ପ୍ରାୟ ୩ଟା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ମାତ୍ର ଅଧ ଘଣ୍ଟା ମଧ୍ୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାାରେ ମୃତ୍ୟୁ ହୋଇଯାଇଛି। ଲୋକପ୍ରୀୟ ଫିଲ୍ମନିର୍ମାତା ପ୍ରଦୀପ ସରକାର ପରିଣୀତା, ଲଗା ଚୁନେରି ମେଁ ଦାଗ୍ ଭଳି ହିଟ୍ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ପ୍ରଦୀପଙ୍କ ମୃତ୍ୟୁ ଘଟଣାରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ପ୍ରଦୀପଙ୍କ ଶବ ସଂସ୍କାର କରାଯିବ।




