ଫିଲିପାଇନ୍ସରେ ପଂଜାବ ଦମ୍ପତିଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ, ୨୮/୩ : ଫିଲିପାଇନ୍ସ ରାଜଧାନୀ ମାନିଲାରେ ପଂଜାବର ଜଣେ ଶିଖ୍ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ପଂଜାବ ଜଲନ୍ଧର ଜିଲ୍ଲାର ଗୋରାୟା ଅଞ୍ଚଳର ବାସିନ୍ଦା। ମାର୍ଚ୍ଚ ୨୫ ତାରିଖରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୁଖବିନ୍ଦର ସିଂହ (୪୧) ଏବଂ କିରଣଦୀପ କୌରଙ୍କୁ ମାନିଲା ସ୍ଥିତ ସେମାନଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଥିଲା। ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ ସୁଖବିନ୍ଦର ଶନିବାର ରାତିରେ ଅଫିସରୁ […]
ନୂଆଦିଲ୍ଲୀ, ୨୮/୩ : ଫିଲିପାଇନ୍ସ ରାଜଧାନୀ ମାନିଲାରେ ପଂଜାବର ଜଣେ ଶିଖ୍ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ପଂଜାବ ଜଲନ୍ଧର ଜିଲ୍ଲାର ଗୋରାୟା ଅଞ୍ଚଳର ବାସିନ୍ଦା। ମାର୍ଚ୍ଚ ୨୫ ତାରିଖରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୁଖବିନ୍ଦର ସିଂହ (୪୧) ଏବଂ କିରଣଦୀପ କୌରଙ୍କୁ ମାନିଲା ସ୍ଥିତ ସେମାନଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଥିଲା। ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ ସୁଖବିନ୍ଦର ଶନିବାର ରାତିରେ ଅଫିସରୁ ଫେରିବାପରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଘରେ ପଶି ଯାଇଥିଲା । ସୁଖବିନ୍ଦରଙ୍କ ଉପରକୁ ସେ ଆଖି ବୁଳା ଗୁଳି ଚଳାଇଥିଲା। ସୁଖବିନ୍ଦରଙ୍କ ପତ୍ନୀ କିରଣଦୀପକୁ ମଧ୍ୟ ସେ ଗୁଳି ମାରିଥିଲା। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୁଖବିନ୍ଦର ୧୯ ବର୍ଷ ହେବ ଫିଲିପାଇନ୍ସରେ ରହି ଆସୁଛନ୍ତି। ସେ ଏକ ଫାଇନାନ୍ସ ବିଜନେସ କରୁଥିଲେ। ଗତ ୩ ବର୍ଷ ପୂର୍ବେ ସେ କିରଣଦୀପଙ୍କୁ ବିବାହ କରିଥିଲେ। ତେବେ କିରଣଦୀପ ଗତ ୫ ମାସ ପୂର୍ବେ ମାନିଲା ଯାଇଥିଲେ।




