ପ୍ୟାରିସ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କଲେ ସେବାଷ୍ଟିଏନ୍‌

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ‌ରେ ଯାଇ ପ୍ୟାରିସ୍‌ଠାରେ ପହଞ୍ଚିଛନ୍ତି। ପ୍ୟାରିସର ଦକ୍ଷିଣରେ ଅବସ୍ଥିତ ଦେଶର ଦ୍ବିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ଓର୍ଲିରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସେବାଷ୍ଟିଏନ୍ ଲେକୋରନୁ ଭବ୍ୟ ସ୍ବାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ। ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସୁମଦାୟ ଆନନ୍ଦ ଓ ଉଲ୍ଲାସର ସହ ସ୍ବାଗତ […]

ପ୍ୟାରିସ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କଲେ ସେବାଷ୍ଟିଏନ୍‌
Samaya Live Picture
Published On

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ‌ରେ ଯାଇ ପ୍ୟାରିସ୍‌ଠାରେ ପହଞ୍ଚିଛନ୍ତି। ପ୍ୟାରିସର ଦକ୍ଷିଣରେ ଅବସ୍ଥିତ ଦେଶର ଦ୍ବିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ଓର୍ଲିରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ସଶସ୍ତ୍ର ସେନା ବିଭାଗ ମନ୍ତ୍ରୀ ସେବାଷ୍ଟିଏନ୍ ଲେକୋରନୁ ଭବ୍ୟ ସ୍ବାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ। ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସୁମଦାୟ ଆନନ୍ଦ ଓ ଉଲ୍ଲାସର ସହ ସ୍ବାଗତ କରିଥିଲେ। ସଙ୍ଗୀତଜ୍ଞମାନେ ପାରମ୍ପରିକ ଭାରତୀୟ ସଙ୍ଗୀତ ପରିବେଷଣ କରିଥିଲେ। ଭାରତୀୟ ଲୋକମାନଙ୍କ ସହିତ ପ୍ରଧାନମନ୍ତ୍ରୀ କରମର୍ଦ୍ଦନ କରିଥିଲେ। ଏହି ଅବସରରେ ଭାରତୀୟମାନେ ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମା’ ତରମ ସହିତ ମୋଦୀ ମୋଦୀ ସ୍ଲୋଗାନ ଦେଇଥିଲେ।

Tags: