ପ୍ରୟାଗରାଜ ବୁଲଡୋଜର କାର୍ଯ୍ୟାନୁଷ୍ଠାନୟ ଆମ ବିବେକକୁ ଝଟ୍‌କା ଦେଇଛି : ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଉଚ୍ଛେଦ ଅଭିଯାନ ଅସାମ୍ବିଧାନିକ ଏବଂ ଅମାନବୀୟ। ଏହା ଆମ ବିବେକକୁ ଶକ୍ତ ଝଟ୍‌କା ଦେଇଛି। ଆଶ୍ରୟ ଅଧିକାର, ଆଇନର ଉପଯୁକ୍ତ ପ୍ରକ୍ରିୟା ବୋଲି ବିଚାରପତି ଏଏସ୍ ଓକା ଓ ଜଷ୍ଟିସ୍ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଏବଂ ରିଲିଫ୍ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଘର ମାଲିକଙ୍କୁ ୧୦ […]

ପ୍ରୟାଗରାଜ ବୁଲଡୋଜର କାର୍ଯ୍ୟାନୁଷ୍ଠାନୟ ଆମ ବିବେକକୁ ଝଟ୍‌କା ଦେଇଛି : ସୁପ୍ରିମ୍ କୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଉଚ୍ଛେଦ ଅଭିଯାନ ଅସାମ୍ବିଧାନିକ ଏବଂ ଅମାନବୀୟ। ଏହା ଆମ ବିବେକକୁ ଶକ୍ତ ଝଟ୍‌କା ଦେଇଛି। ଆଶ୍ରୟ ଅଧିକାର, ଆଇନର ଉପଯୁକ୍ତ ପ୍ରକ୍ରିୟା ବୋଲି ବିଚାରପତି ଏଏସ୍ ଓକା ଓ ଜଷ୍ଟିସ୍ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଏବଂ ରିଲିଫ୍ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଘର ମାଲିକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜଣେ ଆଇନଜୀବୀ, ଜଣେ ପ୍ରଫେସର ଏବଂ ଅନ୍ୟ କେତେକଙ୍କ ଘର ବିନା ପ୍ରକ୍ରିୟାରେ ଭଙ୍ଗାଯାଇଥିବାରୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ। ଆଇନଜୀବୀ ଜୁଲଫିକାର ହାଇଦର, ପ୍ରଫେସର ଅଲ୍ଲି ଅହମ୍ମଦ ଏବଂ ଅନ୍ୟ ତିନି ଜଣ, ଯେଉଁମାନଙ୍କ ଘର ଭଙ୍ଗାଯାଇଛି, କୋର୍ଟଙ୍କୁ କହିଥିଲେ ଯେ ବୁଲଡୋଜର କାର୍ଯ୍ୟାନୁଷ୍ଠାନର ଠିକ୍ ଗୋଟିଏ ରାତି ପୂର୍ବରୁ ସେମାନଙ୍କୁ ନୋଟିସ୍ ଦିଆଯାଇଥିଲା।

Tags: