ପ୍ରୋଷ୍ଟେଟ୍ କର୍କଟରେ ଆକ୍ରାନ୍ତ ହେଲେ ବ୍ରିଟେନ ରାଜା ଚାର୍ଲସ ତୃତୀୟ
ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ରାଜାଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହୋଇଥିବାରୁ ଜନସାଧାରଣଙ୍କୁ ତାଙ୍କର ଭେଟିବା କାର୍ଯ୍ୟକ୍ରମ ସ୍ଥଗିତ ରହିବ ବୋଲି ବକିଂହାମ୍ ପ୍ୟାଲେସ୍ ପକ୍ଷରୁ କୁହାଯାଇଛି। ୭୫ ବର୍ଷୀୟ ରାଜା ଚାର୍ଲସ ତୃତୀୟ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରୋଷ୍ଟେଟ୍ ବୃଦ୍ଧି ଜନିତ ସମସ୍ୟାକୁ ଠିକ୍ କରିବା ପାଇଁ ସେ ଡାକ୍ତରଖାନା ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ଆଜିଠାରୁ ରାଜାଙ୍କର […]
ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ରାଜାଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହୋଇଥିବାରୁ ଜନସାଧାରଣଙ୍କୁ ତାଙ୍କର ଭେଟିବା କାର୍ଯ୍ୟକ୍ରମ ସ୍ଥଗିତ ରହିବ ବୋଲି ବକିଂହାମ୍ ପ୍ୟାଲେସ୍ ପକ୍ଷରୁ କୁହାଯାଇଛି। ୭୫ ବର୍ଷୀୟ ରାଜା ଚାର୍ଲସ ତୃତୀୟ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରୋଷ୍ଟେଟ୍ ବୃଦ୍ଧି ଜନିତ ସମସ୍ୟାକୁ ଠିକ୍ କରିବା ପାଇଁ ସେ ଡାକ୍ତରଖାନା ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ଆଜିଠାରୁ ରାଜାଙ୍କର ନିୟମିତ ଚିକିତ୍ସା ଆରମ୍ଭ ହୋଇଛି। ଉକ୍ତ ଚିକିତ୍ସା ସମୟରେ ଲୋକଙ୍କୁ ନଭେଟିବା ପାଇଁ ତାଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ଏହି ସମୟରେ ସେ ସରକାରୀ କାର୍ଯ୍ୟ ସ୍ବାଭାବିକ ଭାବେ କରିବେ। ଡାକ୍ତରମାନେ ତୁରନ୍ତ ତାଙ୍କ କର୍କଟ ରୋଗ ଚିହ୍ନଟ କରିପାରିଥିବାରୁ ରାଜା ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚିକିତ୍ସାକୁ ନେଇ ସେ ଚିନ୍ତିତ ନାହାନ୍ତି। ଯେତେଶୀଘ୍ର ସମ୍ଭବ ସେ ସାଧାରଣ ଦାୟିତ୍ବ ତୁଲାଇବାକୁ ସଂପୂର୍ଣ୍ଣ ରୂପେ ଆସିବେ। କଳ୍ପନାଜଳ୍ପନାକୁ ପ୍ରତିହତ କରିବା ପାଇଁ ରାଜା ତାଙ୍କର ରୋଗ ସଂପର୍କରେ ସାଧାରଣରେ ସୂଚନା ଦେଇଛନ୍ତି।




