ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ସତର୍କ କଲେ ଆଇସିଏମଆର

ନୂଆଦିଲ୍ଲୀ: ଆଇସିଏମ୍ଆର (ଭାରତୀୟ ଭେଷଜ ଗବେଷଣା ପରିଷଦ) ଆଜି ଖାଦ୍ୟ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରି ପ୍ରୋଟିନ ସପ୍ଲିମେଣ୍ଟ୍ ସଂକ୍ରାନ୍ତରେ ସତର୍କ କରାଇଛନ୍ତି। ପ୍ରୋଟିନ ପାଉଡ଼ର ସାଧାରଣତଃ ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ସୋୟାବିନ, ବାଦାମ ଏବଂ ଚାଉଳ ଭଳି ବିଭିନ୍ନ ଉତ୍ସରୁ ତିଆରି ହୋଇଥାଏ। ଏହା ଖାଦ୍ୟର ଏକ ବିକଳ୍ପ ଭାବେ ଲୋକପ୍ରିୟ ହେବାରେ ଲାଗିଛି। ଡାଏଟ କଣ୍ଟ୍ରୋଲ କରୁଥିବା କିମ୍ବା ଓଜନ କମାଇବାପାଇଁ ଅନେକ ଲୋକ ଖାଦ୍ୟ ବଦଳରେ ପ୍ରୋଟିନ ସପ୍ଲିମେଣ୍ଟକୁ ବ୍ୟବହାର କରୁଛନ୍ତି। କିନ୍ତୁ […]

Samaya Live Picture
Published On

ନୂଆଦିଲ୍ଲୀ: ଆଇସିଏମ୍ଆର (ଭାରତୀୟ ଭେଷଜ ଗବେଷଣା ପରିଷଦ) ଆଜି ଖାଦ୍ୟ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରି ପ୍ରୋଟିନ ସପ୍ଲିମେଣ୍ଟ୍ ସଂକ୍ରାନ୍ତରେ ସତର୍କ କରାଇଛନ୍ତି। ପ୍ରୋଟିନ ପାଉଡ଼ର ସାଧାରଣତଃ ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ସୋୟାବିନ, ବାଦାମ ଏବଂ ଚାଉଳ ଭଳି ବିଭିନ୍ନ ଉତ୍ସରୁ ତିଆରି ହୋଇଥାଏ। ଏହା ଖାଦ୍ୟର ଏକ ବିକଳ୍ପ ଭାବେ ଲୋକପ୍ରିୟ ହେବାରେ ଲାଗିଛି। ଡାଏଟ କଣ୍ଟ୍ରୋଲ କରୁଥିବା କିମ୍ବା ଓଜନ କମାଇବାପାଇଁ ଅନେକ ଲୋକ ଖାଦ୍ୟ ବଦଳରେ ପ୍ରୋଟିନ ସପ୍ଲିମେଣ୍ଟକୁ ବ୍ୟବହାର କରୁଛନ୍ତି। କିନ୍ତୁ ଆଇସିଏମଆର ଏହି ପ୍ରୋଟିନ ପାଉଡର ବ୍ୟବହାର ନେଇ ସତର୍କ କରାଇବା ସହ ଏହାଠାରୁ ଦୂରେଇ ରହିବାକୁ କହିଛନ୍ତି। ଆଇସିଏମ୍ଆର ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳିରେ କୁହାଯାଇଛି ଯେ ପ୍ରୋଟିନ ପାଉଡରରେ କ୍ୟାଲୋରି ବିହୀନ ମିଠା ଏବଂ କୃତ୍ରିମ ଫ୍ଲେଭର ଦିଆଯାଉଛି। ଫଳରେ ଏହାକୁ ନିୟମିତ ଗ୍ରହଣ କରିବା ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ। ପ୍ରୋଟିନ ପାଉଡର ନିୟମିତ ଖାଉଥିଲେ ଏଥିରେ ବ୍ରେକ୍ ଲଗାଇବାପାଇଁ କୁହାଯାଇଛି।

Tags: