ପ୍ରୋଟକଲ୍ ଭଙ୍ଗ ପାଇଁ ବାଇଡେନ୍ଙ୍କ ଜି-୨୦ କନଭୟର ଜଣେ ଡ୍ରାଇଭର ଅଟକ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କନଭୟର ଜଣେ ଡ୍ରାଇଭର ପ୍ରୋଟକଲ ଭଙ୍ଗ ପାଇଁ ଗତକାଲି ଅଟକ ରହିଥିଲେ। ତେବେ କିଛି ସମୟର ପଚରାଉଚୁରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ମିଳିଥିବା ସୂଚନାନୁଯାୟୀ ବାଇଡେନଙ୍କ କନଭୟରୁ ଏକ କାର୍ ତାଜ ହୋଟେଲରେ ପଶିଥିଲା। ଏଠାରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନହୟାନ ରହୁଛନ୍ତି। ଏହାପରେ ସିକ୍ୟୁରିଟି ଅଫିସରମାନେ ଆଲର୍ଟ ହୋଇଯାଇଥିଲେ। ଉକ୍ତ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଡ୍ରାଇଭର ଜଣଙ୍କ […]
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କନଭୟର ଜଣେ ଡ୍ରାଇଭର ପ୍ରୋଟକଲ ଭଙ୍ଗ ପାଇଁ ଗତକାଲି ଅଟକ ରହିଥିଲେ। ତେବେ କିଛି ସମୟର ପଚରାଉଚୁରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ମିଳିଥିବା ସୂଚନାନୁଯାୟୀ ବାଇଡେନଙ୍କ କନଭୟରୁ ଏକ କାର୍ ତାଜ ହୋଟେଲରେ ପଶିଥିଲା। ଏଠାରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନହୟାନ ରହୁଛନ୍ତି। ଏହାପରେ ସିକ୍ୟୁରିଟି ଅଫିସରମାନେ ଆଲର୍ଟ ହୋଇଯାଇଥିଲେ। ଉକ୍ତ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଡ୍ରାଇଭର ଜଣଙ୍କ କହିଥିଲେ ଯେ ଆଇଟିସି ମୌର୍ଯ୍ୟ (ବାଇଡେନ୍ ରହୁଥିଲେ) ଯିବା କଥା । କିନ୍ତୁ ଜଣେ ବିଜନେସମ୍ୟାନଙ୍କୁ ଛାଡ଼ିବାପାଇଁ ସେ ତାଜ ହୋଟେଲ ଯାଇଥିବା କହିଛନ୍ତି। ଡ୍ରାଇଭର କହିଛନ୍ତି, ସେ ପ୍ରୋଟକଲ ବିଷୟରେ କିଛି ଜାଣିନାହାନ୍ତି।




