ପ୍ରେମିକାର ବିବାହ ଉତ୍ସବରେ ବୋମା ଉପହାର
ନୂଆଦିଲ୍ଲୀ, ୫/୪ : ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ନିଜ ପ୍ରେମିକାର ବିବାହ ଉତ୍ସବରେ ତା’ ଶାଶୁ ଘରକୁ ଏକ ବୋମା ଉପହାର ପଠାଇଥିଲା। ଏକ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ୍ରେ ଏହି ବୋମା ଖଚ୍ଚିତ ହୋଇଥିଲା। ଫଳରେ ଏହି ବୋମା ବିସ୍ଫୋରଣରେ ପ୍ରେମିକାର ସ୍ବାମୀ ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସୋମବାର ଦିନ ଏହି ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପ୍ରଭାବରେ ଏହି ହୋମ୍ […]
ନୂଆଦିଲ୍ଲୀ, ୫/୪ : ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ନିଜ ପ୍ରେମିକାର ବିବାହ ଉତ୍ସବରେ ତା’ ଶାଶୁ ଘରକୁ ଏକ ବୋମା ଉପହାର ପଠାଇଥିଲା। ଏକ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ୍ରେ ଏହି ବୋମା ଖଚ୍ଚିତ ହୋଇଥିଲା। ଫଳରେ ଏହି ବୋମା ବିସ୍ଫୋରଣରେ ପ୍ରେମିକାର ସ୍ବାମୀ ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସୋମବାର ଦିନ ଏହି ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପ୍ରଭାବରେ ଏହି ହୋମ୍ ଥିଏଟର ସିଷ୍ଟମ ଥିବା ଘରର କାନ୍ଥ ଏବଂ ଛାତ ଭୁଶୁଡ଼ି ପଡ଼ିଛି। ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ୨୨ ବର୍ଷୀୟ ହେମେନ୍ଦ୍ର ମେରାୱି ଏପ୍ରିଲ ୧ରେ ବିବାହ କରିଥିଲେ। ସୋମବାର ଦିନ ମେରାୱି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବେଳେ ଗୋଟିଏ ପ୍ୟାକେଟ୍ରୁ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ ବାହାରିଥିଲା। ଏହାପରେ ମେରାୱି ଏହି ହୋମ୍ ଥିଏଟର ସିଷ୍ଟମ୍କୁ ଏକ ଇଲେକ୍ଟ୍ରିକ୍ ବୋର୍ଡରେ କନେକ୍ଟ କରୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଫଳରେ ମେରାୱିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ବଡ଼ ଭାଇ ରାଜକୁମାରଙ୍କର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଏକ ଦେଢ଼ବର୍ଷର ଶିଶୁ ସମେତ ୪ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି।ତେବେ ଉକ୍ତ ଘଟଣାରେ ପୁଲିସ ତଦନ୍ତ କରିବାପରେ ଜଣା ପଡ଼ିଥିଲା ଯେ ହୋମ ଥିଏଟର ସିଷ୍ଟମ୍ରେ ବୋମା ଖଚ୍ଚିତ ହୋଇଥିଲା। ପୁଲିସ ଅଧିକ ତଦନ୍ତ କରିବାରୁ ଜାଣିପାରିଥିଲା ଯେ ଏହି ଉପହାରଟି କନ୍ୟାର ପୂର୍ବତନ ପ୍ରେମିକ ପଠାଇଥିଲା। ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତ ସରଜୁ ନିଜ ଦୋଷ ମଧ୍ୟ ସ୍ବୀକାର କରିଛି।




