ପ୍ରେମିକାଙ୍କ ଘର ଲୋକ ବାହାଘର ପାଇଁ ରାଜି ନହେବାରୁ ଅଟଳ ସେତୁରୁ ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଲେ ମୁମ୍ବାଇ ଡାକ୍ତର

ନାଭି ମୁମ୍ବାଇ: ମୁମ୍ବାଇର ଜେଜେ ହସ୍ପିଟାଲ୍‌ରେ ଜଣେ ଡାକ୍ତର ଓମ୍‌କାର କବିତକେ ଆତ୍ମହତ୍ୟା କରି ଦେଇଛନ୍ତି। ଜୁଲାଇ ୭ ତାରିଖ ରାତିରେ ଡାକ୍ତର ଓମ୍‌କାର ହସ୍ପିଟାଲ୍‌ ଛାଡ଼ିବା ପରେ ତାଙ୍କ ମା’ଙ୍କୁ ଫୋନ୍‌ କରି କହିଥିଲେ ଯେ ସେ ଏବେ ବାଟରେ ଯାଉଛନ୍ତି ଏବଂ ଘରେ ପହଞ୍ଚିଲେ ସାଙ୍ଗ ହୋଇ ଡିନର କରିବେ। ଓମ୍‌କାରଙ୍କ ମା’ ତାଙ୍କ ବାଟ ଚାହିଁ ରହିଥିଲେ। କିନ୍ତୁ ଓମ୍‌କାର ଆଉ ଘରକୁ ଫେରି ନଥିଲେ। ସେ ମୁମ୍ବାଇ ଟ୍ରାନ୍ସ ହାରବୋର ଲିଙ୍କ୍‌ […]

ପ୍ରେମିକାଙ୍କ ଘର ଲୋକ ବାହାଘର ପାଇଁ ରାଜି ନହେବାରୁ ଅଟଳ ସେତୁରୁ ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଲେ ମୁମ୍ବାଇ ଡାକ୍ତର
Samaya Live Picture
Published On

ନାଭି ମୁମ୍ବାଇ: ମୁମ୍ବାଇର ଜେଜେ ହସ୍ପିଟାଲ୍‌ରେ ଜଣେ ଡାକ୍ତର ଓମ୍‌କାର କବିତକେ ଆତ୍ମହତ୍ୟା କରି ଦେଇଛନ୍ତି। ଜୁଲାଇ ୭ ତାରିଖ ରାତିରେ ଡାକ୍ତର ଓମ୍‌କାର ହସ୍ପିଟାଲ୍‌ ଛାଡ଼ିବା ପରେ ତାଙ୍କ ମା’ଙ୍କୁ ଫୋନ୍‌ କରି କହିଥିଲେ ଯେ ସେ ଏବେ ବାଟରେ ଯାଉଛନ୍ତି ଏବଂ ଘରେ ପହଞ୍ଚିଲେ ସାଙ୍ଗ ହୋଇ ଡିନର କରିବେ। ଓମ୍‌କାରଙ୍କ ମା’ ତାଙ୍କ ବାଟ ଚାହିଁ ରହିଥିଲେ। କିନ୍ତୁ ଓମ୍‌କାର ଆଉ ଘରକୁ ଫେରି ନଥିଲେ। ସେ ମୁମ୍ବାଇ ଟ୍ରାନ୍ସ ହାରବୋର ଲିଙ୍କ୍‌ ଯାହା ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଛି ଏବଂ ‘ଅଟଳ ସେତୁ ’ଭାବେ ଜଣାଶୁଣା ସେହି ପୋଲ ଉପରୁ ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଥିଲେ। ରାତି ୯.୪୩ ସମୟରେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି ଅଟଳ ସେତୁରୁ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଥିବା ଫୋନ୍‌ ଆସିଥିଲା। ଉଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ହୋଣ୍ଡା ଆମେଜ୍‌ ଗାଡ଼ି ଏବଂ ଗାଡ଼ିରୁ ଆଇଫୋନ୍‌ ପାଇଥିଲା। ପୁଲିସ ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ଚେଷ୍ଟା କଲା। ଜଣେ ସମ୍ପର୍କୀୟ ଫୋନ୍‌ କରିବା ପରେ ପୁଲିସ ଜାଣିଲା ଯେ ଡାକ୍ତର ଓମ୍‌କାର ହେଉଛନ୍ତି ଏହି ଗାଡ଼ିର ମାଲିକ। ଉଲୱେ ଏସ୍‌ଆଇ ଅର୍ଜୁନ ରଜନେ କହିଛନ୍ତି, ଡାକ୍ତର ଓମ୍‌କାରଙ୍କ ଭଉଣୀ କୋମଲ ଲମ୍ବତେ ଥାନାକୁ ଆସି ଉକ୍ତ କାର୍‌ ଏବଂ ମୋବାଇଲ ଫୋନ୍‌ ତାଙ୍କ ଭାଇଙ୍କର ବୋଲି ଚିହ୍ନଟ କରିଥିଲେ। ପୁଲିସ ଅନୁଯାୟୀ ସମୁଦ୍ର ମଧ୍ୟରେ ଦୀର୍ଘ ୪୮ ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପ‌ରେ ମଧ୍ୟ ନିଖୋଜ ଡାକ୍ତର ଓମ୍‌କାରଙ୍କର କିଛି ପତା ମିଳିନି। ଡାକ୍ତରଙ୍କ ଆତ୍ମହତ୍ୟାର କାରଣ କ’ଣ ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ମିଳିଥିବା ସୂଚନାନୁଯାୟୀ ଓମ୍‌କାର ଜଣେ ଡାକ୍ତରଙ୍କୁ ଭଲ ପାଉଥିଲେ। ପ୍ରେମିକାଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହକୁ ବିରୋଧ କରିବାରୁ ସେ ବିଷାଦରେ ଥିଲେ। ଏଥପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି।

Tags: