ପ୍ରେମିକାକୁ ମାରି ପାଣି ଟାଙ୍କିରେ ଲୁଚାଇ ରଖିଥିଲା ପ୍ରେମିକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ବ୍ୟକ୍ତି ପ୍ରେମିକାକୁ ହତ୍ୟା କରିବାପରେ ନିଜ ନିର୍ମାଣାଧୀନ ଘରର ଏକ ପାଣି ଟାଙ୍କିରେ ଶବକୁ ଲୁଚାଇ ରଖିଥିଲା। ଅଭିଯୁକ୍ତର ନାଁ ଅରବିନ୍ଦ। ତା’ ପ୍ରେମିକାର ନାଁ ରାଜ୍‌ କେସର। ଗତକାଲି ଅଭିଯୁକ୍ତ ଅରବିନ୍ଦକୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ ଅଭିଯୁକ୍ତ ଅରବିନ୍ଦ ଯମୁନାପର କରଚନା ଥାନା ଅଞ୍ଚଳର ମାହେୱା ଅଞ୍ଚଳରେ ରହୁଥିଲା। ତା’ର ନିର୍ମାଣାଧୀନ କୋଠାରୁ ହିଁ ମୃତଦେହ ମିଳିଛି। ପୁଲିସ କହିଛି ଅରବିନ୍ଦ କେସରଙ୍କୁ ୧୪ ଦିନ ପୂର୍ବରୁ […]

Samaya Live Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ବ୍ୟକ୍ତି ପ୍ରେମିକାକୁ ହତ୍ୟା କରିବାପରେ ନିଜ ନିର୍ମାଣାଧୀନ ଘରର ଏକ ପାଣି ଟାଙ୍କିରେ ଶବକୁ ଲୁଚାଇ ରଖିଥିଲା। ଅଭିଯୁକ୍ତର ନାଁ ଅରବିନ୍ଦ। ତା’ ପ୍ରେମିକାର ନାଁ ରାଜ୍‌ କେସର। ଗତକାଲି ଅଭିଯୁକ୍ତ ଅରବିନ୍ଦକୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ ଅଭିଯୁକ୍ତ ଅରବିନ୍ଦ ଯମୁନାପର କରଚନା ଥାନା ଅଞ୍ଚଳର ମାହେୱା ଅଞ୍ଚଳରେ ରହୁଥିଲା। ତା’ର ନିର୍ମାଣାଧୀନ କୋଠାରୁ ହିଁ ମୃତଦେହ ମିଳିଛି। ପୁଲିସ କହିଛି ଅରବିନ୍ଦ କେସରଙ୍କୁ ୧୪ ଦିନ ପୂର୍ବରୁ ହତ୍ୟା କରିଛି। ମରଶରୀରକୁ ସେ ଟାଙ୍କିରେ ଲୁଚାଇ ରଖିଥିଲା ଏବଂ ପରେ ଏହାକୁ ଅନ୍ୟତ୍ର ଫୋପାଡ଼ିବାକୁ ଯୋଜନା କରିଥିଲା। ମେ’ ୩୦ ତାରିଖରେ କେସର ନିଖୋଜ ଥିବା ନେଇ ତାଙ୍କ ପରିବାର ସଦସ୍ୟ ପୁଲିସରେ ଏତଲା ରୁଜୁ କରିବାପରେ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା। କେସରଙ୍କ ଫୋନ୍‌ର କଲ ରେକର୍ଡ ଆଧାରରେ ପୁଲିସ ଅରବିନ୍ଦଙ୍କୁ ଜେରା ପାଇଁ ଥାନାକୁ ନେଇଥିଲା ଏବଂ ବ୍ୟାପକ ଖୋଳତାଡ଼ ପରେ ସବୁକଥା ଜଣାପଡ଼ିଥିଲା।

Tags: