ପ୍ରେମିକାକୁ ବେଙ୍ଗାଲୁରୁ ଡାକ୍ତରଙ୍କ ମେସେଜ୍‌ : ତୁମପାଇଁ ମୋ ଡାକ୍ତର ପତ୍ନୀଙ୍କୁ ମାରିଦେଲି

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସର୍ଜନ୍‌ ଡାକ୍ତର ମହେନ୍ଦ୍ର ରେଡ୍ଡି ଯିଏ କି ନିଜ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ହତ୍ୟା ପରେ ‌ ନିଜ ପ୍ରେମିକାଙ୍କ ନିକଟକୁ ଏକ ମେସେଜ୍‌ ପଠାଇଥିଲେ। ଏହି ମେସେଜ୍‌ରେ ସେ ଲେଖିଥିଲେ- ‘ଆଇ କିଲ୍‌ଡ ମାଇଁ ୱାଇଫ୍‌ ଫର୍‌ ୟୁ’ ଅର୍ଥାତ ତୁମ ପାଇଁ ମୁଁ ମୋ ପତ୍ନୀକୁ ମାରିଦେଲି। ଅଧିକାରୀଙ୍କ ଅନୁଯାୟୀ ଡାକ୍ତର ଯେଉଁ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ୍‌ରେ ମହିଳାଙ୍କ ସହ ସମ୍ପର୍କରେ […]

ପ୍ରେମିକାକୁ ବେଙ୍ଗାଲୁରୁ ଡାକ୍ତରଙ୍କ ମେସେଜ୍‌  : ତୁମପାଇଁ ମୋ ଡାକ୍ତର ପତ୍ନୀଙ୍କୁ ମାରିଦେଲି
Samaya Live Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସର୍ଜନ୍‌ ଡାକ୍ତର ମହେନ୍ଦ୍ର ରେଡ୍ଡି ଯିଏ କି ନିଜ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ହତ୍ୟା ପରେ ‌ ନିଜ ପ୍ରେମିକାଙ୍କ ନିକଟକୁ ଏକ ମେସେଜ୍‌ ପଠାଇଥିଲେ। ଏହି ମେସେଜ୍‌ରେ ସେ ଲେଖିଥିଲେ- ‘ଆଇ କିଲ୍‌ଡ ମାଇଁ ୱାଇଫ୍‌ ଫର୍‌ ୟୁ’ ଅର୍ଥାତ ତୁମ ପାଇଁ ମୁଁ ମୋ ପତ୍ନୀକୁ ମାରିଦେଲି। ଅଧିକାରୀଙ୍କ ଅନୁଯାୟୀ ଡାକ୍ତର ଯେଉଁ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ୍‌ରେ ମହିଳାଙ୍କ ସହ ସମ୍ପର୍କରେ ଥିଲେ ତାଙ୍କୁ ସେ ଏହି ମେସେଜ୍‌ଟି ପଠାଇଥିଲେ। ପୁଲିସ ତାଙ୍କ ଫୋନ୍‌ର ଫରେନ୍ସିକ ଏନାଲିସିସ୍‌ ସମୟରେ ଏହି ମେସେଜ୍‌ଟିକୁ ପାଇଛି। ସମ୍ପୃକ୍ତ ମହିଳାଙ୍କୁ ଜେରା କରାଯାଉଛି ଏବଂ ତାଙ୍କ ବୟାନ ରେକର୍ଡ କରାଯାଉଛି। ମହିଳାଙ୍କ ପରିଚୟ ଏଯାବତ ପ୍ରଘଟ କରାଯାଇନି। ମହେନ୍ଦ୍ର ତାଙ୍କ ପତ୍ନୀ କୃତିକା ରେଡ୍ଡିଙ୍କୁ ତାଙ୍କ ଘରେ ଆନାସଥେସିଆ ‌ଔଷଧର ଓଭରଡୋଜ୍‌ ଦେଇ ମାରିଦେବାର ୬ ମାସ ପରେ ଗିରଫ ହୋଇଛନ୍ତି। ଘଟଣାଟି ଏପ୍ରିଲ ୨୧ ତାରିଖରେ ଘଟିଛି। ଅଧିକାରୀଙ୍କ ଅନୁଯାୟୀ କୃତିକା ଅସୁସ୍ଥ ହେବାପରେ ତାଙ୍କ ସ୍ବାମୀ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ ଏବଂ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମାମଲାରେ ମହେନ୍ଦ୍ର ଅକ୍ଟୋବର ୧୫ ତାରିଖରେ ଗିରଫ ହୋଇଥିଲେ।

Tags: