ପ୍ରେମିକଙ୍କ ପାଇଁ ସୀମା ଟପିଲେ ଚୀନ୍ ମହିଳା
ନୂଆଦିଲ୍ଲୀ : ଆଉ ଏକ ସୀମାପାର ପ୍ରେମ କାହାଣୀକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଭାରତୀୟ ମହିଳା ଅଞ୍ଜୁଙ୍କ ପରେ ଏବେ ଚୀନ୍ର ଜଣେ ମହିଳା ତାଙ୍କ ପାକିସ୍ତାନୀ ପ୍ରେମିକଙ୍କୁ ବିବାହ କରିବାପାଇଁ ପାକିସ୍ତାନର ଖାଇବର ପଙ୍ଖତୁନଖ୍ବା ପ୍ରଦେଶରେ ପହଞ୍ଚିଛନ୍ତି। ଚୀନ୍ର ଏହି ମହିଳାଙ୍କ ନାମ ଫେଙ୍ଗ୍। ତାଙ୍କ ବୟସ ୨୧। ଗତ ସପ୍ତାହରେ ସେ ଗିଲଗିଟ୍ ଦେଇ ଇସଲାମାବାଦ ପ୍ରବେଶ କରିଥିଲେ। ୩ ମାସର ଭିସା ଧରି ସେ ତାଙ୍କ ୧୮ ବର୍ଷୀୟ ପ୍ରେମିକ […]
ନୂଆଦିଲ୍ଲୀ : ଆଉ ଏକ ସୀମାପାର ପ୍ରେମ କାହାଣୀକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଭାରତୀୟ ମହିଳା ଅଞ୍ଜୁଙ୍କ ପରେ ଏବେ ଚୀନ୍ର ଜଣେ ମହିଳା ତାଙ୍କ ପାକିସ୍ତାନୀ ପ୍ରେମିକଙ୍କୁ ବିବାହ କରିବାପାଇଁ ପାକିସ୍ତାନର ଖାଇବର ପଙ୍ଖତୁନଖ୍ବା ପ୍ରଦେଶରେ ପହଞ୍ଚିଛନ୍ତି। ଚୀନ୍ର ଏହି ମହିଳାଙ୍କ ନାମ ଫେଙ୍ଗ୍। ତାଙ୍କ ବୟସ ୨୧। ଗତ ସପ୍ତାହରେ ସେ ଗିଲଗିଟ୍ ଦେଇ ଇସଲାମାବାଦ ପ୍ରବେଶ କରିଥିଲେ। ୩ ମାସର ଭିସା ଧରି ସେ ତାଙ୍କ ୧୮ ବର୍ଷୀୟ ପ୍ରେମିକ ଜାଭେଦଙ୍କୁ ଭେଟିବାପାଇଁ ପାକିସ୍ତାନ ପହଞ୍ଚିଥିଲେ। ପୁଲିସ ଅନୁଯାୟୀ ସ୍ନାପଚାଟ୍ରେ ସେମାନଙ୍କର ଭେଟ ହୋଇଥିଲା। ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ତେବେ ଗାଓ ଇତି ମଧ୍ୟରେ ଇସଲାମ ଧର୍ମ ପରିବର୍ତ୍ତନ କରି ସାରିଛନ୍ତି ଏବଂ ସେ ଜାଭେଦଙ୍କୁ ବିବାହ କରିଛନ୍ତି।




