ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମିନ ସାୟାନୀଙ୍କ ପରଲୋକ
ନୂଆଦିଲ୍ଲୀ: ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମିନ ସାୟାନୀଙ୍କର ମଙ୍ଗଳବାର ରାତିରେ ୯୧ ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ସାୟାନୀ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ସାୟନୀଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ପୁଅ ରାଜିଲ ସାୟାନୀ ବାପାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ଗୁରୁବାର ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ୧୯୩୨ ମସିହା ଡିସେମ୍ବର ୨୧ […]
ନୂଆଦିଲ୍ଲୀ: ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମିନ ସାୟାନୀଙ୍କର ମଙ୍ଗଳବାର ରାତିରେ ୯୧ ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ସାୟାନୀ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ସାୟନୀଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ପୁଅ ରାଜିଲ ସାୟାନୀ ବାପାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ଗୁରୁବାର ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅମିନ ସାୟାନୀ ନିଜ ମଧୁର କଣ୍ଠ ଓ ଆକର୍ଷଣୀୟ ଉପସ୍ଥାପନ ଶୈଳୀରେ ଶ୍ରୋତାବର୍ଗଙ୍କୁ ଆକର୍ଷିତ କରିଥିଲେ। ସେ ଜଣେ ଇଂରାଜୀ ଭାଷାର ପ୍ରସାରଣକାରୀ ଭାବରେ ନିଜର କ୍ୟାରିୟର ଆରମ୍ଭ । ଭାରତରେ ରେଡିଓକୁ ଲୋକପ୍ରିୟ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରେଡିଓ କାର୍ଯ୍ୟକ୍ରମ ‘ଗୀତମାଳା’ ଦ୍ବାରା ସାୟାନୀ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିଲେ।
ଦୀର୍ଘ ୬ ଦଶନ୍ଧିର କ୍ୟାରିୟର ମଧ୍ୟରେ ସାୟାନୀ ୫୪,୦୦୦ରୁ ଅଧିକ ରେଡିଓ କାର୍ଯ୍ୟକ୍ରମ କରିଛନ୍ତି। ସାୟାନୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏୟାରୱେଭରେ ସାୟାନୀଙ୍କ ସ୍ୱରରେ ଏକ ଆକର୍ଷଣ ଓ ଉଷ୍ମତା ଥିଲା। ସେ ଭାରତୀୟ ପ୍ରସାରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ଏବଂ ତାଙ୍କ ଶ୍ରୋତାଙ୍କ ସହିତ ଏକ ସ୍ୱତନ୍ତ୍ର ବନ୍ଧନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ପରିବାର, ପ୍ରଶଂସକ ଓ ସମସ୍ତ ରେଡିଓପ୍ରେମୀଙ୍କୁ ସମବେଦନା ଜଣାଉଛି।




