ପ୍ରଶ୍ନ ପାଇଁ ଲାଞ୍ଚ ମାମଲା, ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ପାଇଁ ଏଥିକ୍ସ କମିଟିର ସୁପାରିସ
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ଏଥିକ୍ସ କମିଟି ବୁଧବାର ସୁପାରିସ କରିଛନ୍ତି। ଏ ସଂକ୍ରାନ୍ତ ଅଭିଯୋଗର ତଦନ୍ତ ଏବଂ ଜେରା ପ୍ରକ୍ରିୟା ପରେ ଏଥିକ୍ସ କମିଟି ୫ ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଏବଂ ଆପରାଧିକ ବର୍ଣ୍ଣନା କରାଯିବ ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କମିଟି […]
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ଏଥିକ୍ସ କମିଟି ବୁଧବାର ସୁପାରିସ କରିଛନ୍ତି। ଏ ସଂକ୍ରାନ୍ତ ଅଭିଯୋଗର ତଦନ୍ତ ଏବଂ ଜେରା ପ୍ରକ୍ରିୟା ପରେ ଏଥିକ୍ସ କମିଟି ୫ ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଏବଂ ଆପରାଧିକ ବର୍ଣ୍ଣନା କରାଯିବ ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କମିଟି କହିଛନ୍ତି। କମିଟିର ଏହି ପଦକ୍ଷେପ ମହୁଆଙ୍କ ସଙ୍କଟ ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ଲୋକପାଳ ମଧ୍ୟ ମହୁଆଙ୍କ ମାମଲାରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି । ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହୀରାନନ୍ଦନୀଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି। ତେବେ ମହୁଆ ମୈତ୍ର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ମଧ୍ୟ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଜୟ ଅନନ୍ତ ଦେହଦ୍ରଇଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି।




