ପ୍ରଶ୍ନ ପାଇଁ ଲାଞ୍ଚ ମାମଲା, ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ଆଜି ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କୁ ସଂସଦ ସଦସ୍ୟତାରୁ ବହିଷ୍କାର କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର ସଂକ୍ରାନ୍ତ ପ୍ରସ୍ତାବ ଲୋକସଭାରେ ଆଗତ କରିବାପରେ ଏହା ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ଏହା ପୂର୍ବରୁ ଲୋକସଭାର ସଦାଚାର କମିଟିର ରିପୋର୍ଟ ଉପସ୍ଥାପନ ସହ ଏହା ଉପରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରାଯାଇଥିଲା। ବିରୋଧୀ ଦଳ ବିଶେଷ […]
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ଆଜି ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କୁ ସଂସଦ ସଦସ୍ୟତାରୁ ବହିଷ୍କାର କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର ସଂକ୍ରାନ୍ତ ପ୍ରସ୍ତାବ ଲୋକସଭାରେ ଆଗତ କରିବାପରେ ଏହା ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ଏହା ପୂର୍ବରୁ ଲୋକସଭାର ସଦାଚାର କମିଟିର ରିପୋର୍ଟ ଉପସ୍ଥାପନ ସହ ଏହା ଉପରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରାଯାଇଥିଲା। ବିରୋଧୀ ଦଳ ବିଶେଷ କରି ତୃଣମୂଳ କଂଗ୍ରେସ ଦାବି କରିଥିଲା ଯେ ମହୁଆ ମୈତ୍ରଙ୍କୁ ଗୃହରେ ତାଙ୍କ ବକ୍ତବ୍ୟ ରଖିବା ପାଇଁ ସୁଯୋଗ ଦିଆଯାଉ । ତେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଭଳି ମାମଲାରେ ପୂର୍ବରୁ ସଂସଦୀୟ ପରମ୍ପରା ସଂକ୍ରାନ୍ତରେ ମନେ ପକାଇଦେଇଥିଲେଏବଂ ଏଭଳି ପ୍ରସ୍ତାବ ଗ୍ରହଣ କରିବାକୁ ମନା କରିଦେଇଥିଲେ। ବାଚସ୍ପତି କହିଥିଲେ ଯେ ଗୃହର ଗରିମା ଏବଂ ମର୍ଯ୍ୟାଦା କାଏମ ରଖିବା ପାଇଁ ଯଦି କିଛି କଡ଼ା ପଦକ୍ଷେପ ଆବଶ୍ୟକ ପଡ଼େ ତା’ହେଲେ ସେଭଳି ପଦକ୍ଷେପ ନେବାକୁ ପଡ଼ିବ।




