ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଉକ୍ତ ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟ ତଦନ୍ତ ପରେ ସାଂସଦଙ୍କ ବିରୋଧରେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହେବ କି ନାହିଁ ସେନେଇ ତଦନ୍ତକାରୀ ସଂସ୍ଥା ନିଷ୍ପତ୍ତି ନେବ। ସିବିଆଇ ଏହି ମାମଲାରେ ପ୍ରଥମେ ତଥ୍ୟ ହାସଲ କରିବା ସହ ଭଲଭାବେ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଉକ୍ତ ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟ ତଦନ୍ତ ପରେ ସାଂସଦଙ୍କ ବିରୋଧରେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହେବ କି ନାହିଁ ସେନେଇ ତଦନ୍ତକାରୀ ସଂସ୍ଥା ନିଷ୍ପତ୍ତି ନେବ। ସିବିଆଇ ଏହି ମାମଲାରେ ପ୍ରଥମେ ତଥ୍ୟ ହାସଲ କରିବା ସହ ଭଲଭାବେ ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରିବ ଏବଂ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କୁ ଜେରା ମଧ୍ୟ କରିପାରେ । ସୁପ୍ରିମ୍କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାୟୀ ସିବିଆଇରେ କରିଥିବା ଅଭିଯୋଗ ଆଧାରରେ ସିବିଆଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ସେ ଅଭିଯୋଗ କରିଥିଲେ ଯେ ସାଂସଦ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ। ସେ ଏ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ବି ପତ୍ର ଲେଖିଥିଲେ। ଦୁବେଙ୍କ ଅଭିଯୋଗ ଆଧାରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମାମଲାକୁ ସଦାଚାର କମିଟିକୁ ପଠାଇଥିଲେ।

Tags: