ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଥିବା ଅଷ୍ଟ୍ରେଲୀୟ ୨ ମାସ ପରେ ଜୀବନ୍ତ ଉଦ୍ଧାର
କାନବେରା: ପ୍ରଶାନ୍ତ ମହାସାଗରରେ ଦୁଇମାସ ଧରି ନିଖୋଜ ହୋଇଯାଇଥିବା ଜଣେ ଅଷ୍ଟ୍ରେଲୀୟ ନାବିକ ଟିକ ଶାଡକ ଓ ତାଙ୍କ କୁକୁର ବେଲାକୁ ଶେଷରେ ଉଦ୍ଧାର କରାଯାଇଛି। ବର୍ଷାଜଳ ପିଇ ଓ କଞ୍ଚାମାଛ ଖାଇ ସେମାନେ ଦୀର୍ଘ ୨ ମାସ ଧରି ବଞ୍ଚି ରହିଥିଲେ। ଏହା ଏକ ବିରଳ ଘଟଣା। ଉଦ୍ଧାର ପରେ ଏକ ଭିଡ଼ିଓରେ ଶାଡକ ତାଙ୍କ ଦୁଃସାହସିକ ସମୁଦ୍ର ଯାତ୍ରା ଓ କଷ୍ଟକର ସମୟର କାହାଣୀ ବର୍ଣ୍ଣନା କରିଛନ୍ତି। ଦୀର୍ଘଦିନ ଧରି ଏକୁଟିଆ ରହିଥିବାରୁ ତାଙ୍କୁ […]
କାନବେରା: ପ୍ରଶାନ୍ତ ମହାସାଗରରେ ଦୁଇମାସ ଧରି ନିଖୋଜ ହୋଇଯାଇଥିବା ଜଣେ ଅଷ୍ଟ୍ରେଲୀୟ ନାବିକ ଟିକ ଶାଡକ ଓ ତାଙ୍କ କୁକୁର ବେଲାକୁ ଶେଷରେ ଉଦ୍ଧାର କରାଯାଇଛି। ବର୍ଷାଜଳ ପିଇ ଓ କଞ୍ଚାମାଛ ଖାଇ ସେମାନେ ଦୀର୍ଘ ୨ ମାସ ଧରି ବଞ୍ଚି ରହିଥିଲେ। ଏହା ଏକ ବିରଳ ଘଟଣା। ଉଦ୍ଧାର ପରେ ଏକ ଭିଡ଼ିଓରେ ଶାଡକ ତାଙ୍କ ଦୁଃସାହସିକ ସମୁଦ୍ର ଯାତ୍ରା ଓ କଷ୍ଟକର ସମୟର କାହାଣୀ ବର୍ଣ୍ଣନା କରିଛନ୍ତି। ଦୀର୍ଘଦିନ ଧରି ଏକୁଟିଆ ରହିଥିବାରୁ ତାଙ୍କୁ କେବଳ ଭଲ ଖାଦ୍ୟ ଓ ବିଶ୍ରାମ ଦରକାର ବୋଲି ୫୧ ବର୍ଷୀୟ ଶାଡକ କହିଛନ୍ତି। ଗତ ଏପ୍ରିଲ ମାସରେ ଶାତକ ତାଙ୍କ କୁକୁର ସହ ମେକ୍ସିକୋର ଲାପାଜ ବନ୍ଦର ସହରରୁ ଏକ କାଟାମାରାନ (ଡଙ୍ଗା)ରେ ଦୁଃସାହସିକ ସମୁଦ୍ର ଯାତ୍ରାରେ ବାହାରିଥିଲେ। ବିଶାଳ ସମୁଦ୍ରରେ ୬୦୦୦ କିମି ଯାତ୍ରା କରି ସେ ଫ୍ରେଞ୍ଚ ପଲିନେସିଆରେ ପହଞ୍ଚିବାକୁ ଯୋଜନା କରିଥିଲେ। କିନ୍ତୁ ଅଶାନ୍ତ ସମୁଦ୍ରରେ ତାଙ୍କର ଡଙ୍ଗା ଅଚଳ ହୋଇଗଲା ଓ ଇଲେକ୍ଟ୍ରୋନିକ ସରଞ୍ଜାମଗୁଡ଼ିକ ନଷ୍ଟ ହୋଇଗଲା। ଦୁଇମାସ ପରେ ଏକ ମେକ୍ସିକାନ ଟୁନା ଟ୍ରଲର ଦ୍ବାରା ତାଙ୍କୁ ତାଙ୍କ ପ୍ରିୟ କୁକୁର ସହ ଉଦ୍ଧାର କରାଯାଇଛି। ଶାଡକ କହିଛନ୍ତି ତାଙ୍କ ପାଖରେ କେବଳ ଏକ ମାଛଧରା ବନିଶୀ ଥିଲା ଏବଂ କଞ୍ଚାମାଛ ଓ ବର୍ଷାଜଳ ପିଇ ଏତେଦିନ ସେ ବଞ୍ଚି ରହିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ।




