ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ୪, ଥାଣେରେ ୩ ଜଣଙ୍କ ମୃତ୍ୟୁ; ସ୍କୁଲ୍, କଲେଜ ବନ୍ଦ
ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ମୁମ୍ବାଇ ସହରର ଜଟିଳ ସ୍ଥିତି ସୃଷ୍ଟି କରିଛି। ସହରର ଅଧିକାଂଶ ଅଂଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଆଇଏମ୍ଡି ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନ୍ଧେରୀରେ ଜଣେ ମହିଳା ମୁକୁଳା ଡ୍ରେନ୍ରେ ଖସିପଡ଼ି ପ୍ରାଣ ହରାଇଛନ୍ତି। ତାଙ୍କୁ କୁପର ହସ୍ପିଟାଲ୍ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାଁ ବିମଳ ଅନୀଲ ଗାଏକ୍ବାଡ। ସେହିପରି ରାୟଗଡ଼ରେ ଜଣେ […]
ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ମୁମ୍ବାଇ ସହରର ଜଟିଳ ସ୍ଥିତି ସୃଷ୍ଟି କରିଛି। ସହରର ଅଧିକାଂଶ ଅଂଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଆଇଏମ୍ଡି ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନ୍ଧେରୀରେ ଜଣେ ମହିଳା ମୁକୁଳା ଡ୍ରେନ୍ରେ ଖସିପଡ଼ି ପ୍ରାଣ ହରାଇଛନ୍ତି। ତାଙ୍କୁ କୁପର ହସ୍ପିଟାଲ୍ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାଁ ବିମଳ ଅନୀଲ ଗାଏକ୍ବାଡ। ସେହିପରି ରାୟଗଡ଼ରେ ଜଣେ ମହିଳାଙ୍କର ଜଳପ୍ରପାତରେ ବୁଡ଼ି ମୃତ୍ୟୁ ହୋଇଥିବା ବେଳେ କଲ୍ୟାଣରେ ୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଥାଣେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୃଥକ ଘଟଣାରେ ୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ମୁମ୍ବାଇରେ ଜଳବନ୍ଦୀ ସ୍ଥିତି ଯୋଗୁଁ ଅନେକ ଅଂଚଳର ପରିବହନ ଠପ୍ ହୋଇଯାଇଛି। କିଛି ସ୍ଥାନରେ ଅଣ୍ଟାଏ ଉଚ୍ଚା ପାଣି ଜମା ହୋଇଛି। ଅଧିକାଂଶ ଅଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ବିଏମ୍ସି ପକ୍ଷରୁ ମୁମ୍ବାଇରେ ସମସ୍ତ ସ୍କୁଲ୍ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି। ଆବଶ୍ୟକ ସ୍ଥଳେ ଜଳବନ୍ଦୀ ଯୋଗୁଁ ଅଧିକ ବିପଦ ଆଶଙ୍କା ଥିବା ଅଂଚଳର ଲୋକମାନଙ୍କୁ ଘର ଛାଡ଼ିବାପାଇଁ କୁହାଯାଇଛି। ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ୨ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବାବେଳେ ଆଉ କେତେକ ବିମାନର ଅବତରଣରେ ସମସ୍ୟା ଉପୁଜିଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ରେଳ ସେବାରେ ମଧ୍ୟ ବାଧା ଉପୁଜିଛି।




