ପ୍ରବଳ ବର୍ଷାରେ ସୁରତରେ ବନ୍ୟା, ତଳିଆ ଅଂଚଳ ଜଳମଗ୍ନ
ସୁରତ: ଲଗାଣ ବର୍ଷା ଯୋଗୁଁ ସୁରତର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୦୦ ମିଲିମିଟରରୁ ଅଧିକ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଅନେକ ତଳିଆ ଅଂଚଳରେ ପାଣି ଜମି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ବୁଧବାର ଦିନ ତମାମ୍ ବର୍ଷା ଜାରି ରହିଛି। ଆଇଏମଡିର ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଜୁନ୍ ୨୭ ପର୍ଯ୍ୟନ୍ତ ଗୁଜରାଟ ଓ ରାଜସ୍ଥାନର ଅନେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। […]
ସୁରତ: ଲଗାଣ ବର୍ଷା ଯୋଗୁଁ ସୁରତର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୦୦ ମିଲିମିଟରରୁ ଅଧିକ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଅନେକ ତଳିଆ ଅଂଚଳରେ ପାଣି ଜମି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ବୁଧବାର ଦିନ ତମାମ୍ ବର୍ଷା ଜାରି ରହିଛି। ଆଇଏମଡିର ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଜୁନ୍ ୨୭ ପର୍ଯ୍ୟନ୍ତ ଗୁଜରାଟ ଓ ରାଜସ୍ଥାନର ଅନେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରଭାବିତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଇଏମ୍ଡି ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଦିଲ୍ଲୀ, ଚଣ୍ଡିଗଡ଼, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ପଞ୍ଜାବ ଓ ଜମ୍ମୁ-କାଶ୍ମୀରର କିଛି ଅଂଶରେ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି। ଦିଲ୍ଲୀ-ଏନ୍ସିଆର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି। ଦିଲ୍ଲୀର ପଡ଼ୋଶୀ ଗୁରୁଗ୍ରାମ ଓ ଫରିଦାବାଦରେ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି।




