ପ୍ରବଳ ବର୍ଷାରେ ତାମିଲନାଡ଼ୁ ଉବୁଡ଼ୁବୁ, ଆସନ୍ତାକାଲି ୪ ଜିଲ୍ଲାରେ ସ୍କୁଲ୍ ଛୁଟି
ଚେନ୍ନାଇ : ଥିରୁନେଲଭେଲି, ଥୁଟୁକୁଡ଼ି ଏବଂ ଟେନକାସି ସମେତ ତାମିଲନାଡ଼ୁର ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ମହାସାଗରରେ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ପ୍ରଭାବରୁ ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତାକାଲି କନ୍ୟାକୁମାରୀ, ଥୁଟୁକୁଡ଼ି, ତିରୁନେଲଭେଲି ଏବଂ ତେନକାସିରେ ସ୍କୁଲ୍ ଏବଂ କଲେଜ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ୪ ଜିଲ୍ଲାରେ ୪ଟି ଏନଡିଆରଏଫ୍ ଟିମ୍ ମୁତୟନ […]
ଚେନ୍ନାଇ : ଥିରୁନେଲଭେଲି, ଥୁଟୁକୁଡ଼ି ଏବଂ ଟେନକାସି ସମେତ ତାମିଲନାଡ଼ୁର ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ମହାସାଗରରେ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ପ୍ରଭାବରୁ ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତାକାଲି କନ୍ୟାକୁମାରୀ, ଥୁଟୁକୁଡ଼ି, ତିରୁନେଲଭେଲି ଏବଂ ତେନକାସିରେ ସ୍କୁଲ୍ ଏବଂ କଲେଜ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ୪ ଜିଲ୍ଲାରେ ୪ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ତାମିଲନାଡ଼ୁ ଏବଂ କେରଳର ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଆଇଏମ୍ଡି ଅରେଞ୍ଜ ଆଲର୍ଟ ଜାରି କରିଛି।




