ପ୍ରଧାନ ବିଚାରପତି ଓ ମଣିପୁର ମନ୍ତବ୍ୟକୁ ନେଇ ଲେଖକ ବଦ୍ରି ଶେଷାଦ୍ରି ଗିରଫ

ଚେନ୍ନାଇ:ମଣିପୁର ହିଂସା ଓ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଉପରେ ‘ଉତ୍ତେଜକ’ ମନ୍ତବ୍ୟକୁ ନେଇ ରାଜନୈତିକ ବିଶ୍ଳେଷକ ତଥା ଲେଖକ ବଦ୍ରି ଶେ‌ଷାଦ୍ରିଙ୍କୁ ତାମିଲନାଡ଼ୁରେ ଗିରଫ କରାଯାଇଛି। ଧାରା ୧୫୩, ୧୫୩(ଏ) ଓ ୫୦୫(୧)(ବି) ଅନୁସାରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ପ୍ରକାଶ କରିଛି। ଏକ ୟୁଟ୍ୟୁବ୍ ସାକ୍ଷାତ୍‌କାରରେ ଶେଷାଦ୍ରି କହିଥିଲେ, ‘ସୁପ୍ରିମ୍‌କୋର୍ଟ କହିଲେ ଯଦି ତୁମେ (ସରକାର) କିଛି କରିପାରିବନି, ତେବେ ଆମେ (କୋର୍ଟ) କରିବୁ। ଚନ୍ଦ୍ରଚୂଡ଼ଙ୍କୁ ହାତରେ ଗୋଟିଏ ବନ୍ଧୁକ ଦେଇ ସେଠାକୁ ପଠାଯାଉ, […]

Samaya Live Picture
Published On

ଚେନ୍ନାଇ:ମଣିପୁର ହିଂସା ଓ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଉପରେ ‘ଉତ୍ତେଜକ’ ମନ୍ତବ୍ୟକୁ ନେଇ ରାଜନୈତିକ ବିଶ୍ଳେଷକ ତଥା ଲେଖକ ବଦ୍ରି ଶେ‌ଷାଦ୍ରିଙ୍କୁ ତାମିଲନାଡ଼ୁରେ ଗିରଫ କରାଯାଇଛି। ଧାରା ୧୫୩, ୧୫୩(ଏ) ଓ ୫୦୫(୧)(ବି) ଅନୁସାରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ପ୍ରକାଶ କରିଛି। ଏକ ୟୁଟ୍ୟୁବ୍ ସାକ୍ଷାତ୍‌କାରରେ ଶେଷାଦ୍ରି କହିଥିଲେ, ‘ସୁପ୍ରିମ୍‌କୋର୍ଟ କହିଲେ ଯଦି ତୁମେ (ସରକାର) କିଛି କରିପାରିବନି, ତେବେ ଆମେ (କୋର୍ଟ) କରିବୁ। ଚନ୍ଦ୍ରଚୂଡ଼ଙ୍କୁ ହାତରେ ଗୋଟିଏ ବନ୍ଧୁକ ଦେଇ ସେଠାକୁ ପଠାଯାଉ, ଦେଖିବା ସେ କେମିତି ଶାନ୍ତି ଫେରାଇ ଆଣୁଛନ୍ତି।’ ସେ ପୁଣି କହିଲେ ଯେ, ମଣିପୁର ହେଉଛି ଏକ ପାହାଡ଼ିଆ ଓ ଜଟିଳ ଅଞ୍ଚଳ, ସେଠାରେ ହତ୍ୟାକାଣ୍ଡ ଘଟିବ। ଆମେ ହିଂସା ବନ୍ଦ କରିପାରିବାନି। ଜନୈକ ଆଇନଜୀବୀ କବିୟାରସୁ ଶେଷାଦ୍ରିଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇନଜୀବୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶେଷାଦ୍ରି ତାଙ୍କର ଜୁଲାଇ ୨୨ର ସାକ୍ଷାତ୍‌କାରରେ ସୁପ୍ରିମ୍‌କୋର୍ଟ ଓ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ ଶେଷାଦ୍ରିଙ୍କ ଗିରଫଦାରିକୁ ନିନ୍ଦା କରିଛନ୍ତି।

Tags: