ପ୍ରଧାନ ବିଚାରପତିଙ୍କ ବିରୋଧରେ ଜୟରାମ ରମେଶଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ କାର୍ଯ୍ୟ ଦିବସରେ କଂଗ୍ରେସ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ କଡ଼ା କଟାକ୍ଷ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ ଆଜି ପ୍ରଧାନ ବିଚାରପତିଙ୍କ ଶେଷ କାର୍ଯ୍ୟ ଦିନ। ତେବେ ତାଙ୍କ ବିଚାରପଦ୍ଧତିକୁ ନେଇ ଆଗକୁ ବିତର୍କ ଜାରି ରହିବ। ବ୍ୟକ୍ତିଗତ ଭାବେ ଅତି କମ୍ରେ ୨ଟି ଗୁରୁତ୍ବପୂର୍ଣ୍ଣ […]
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ କାର୍ଯ୍ୟ ଦିବସରେ କଂଗ୍ରେସ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ କଡ଼ା କଟାକ୍ଷ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ ଆଜି ପ୍ରଧାନ ବିଚାରପତିଙ୍କ ଶେଷ କାର୍ଯ୍ୟ ଦିନ। ତେବେ ତାଙ୍କ ବିଚାରପଦ୍ଧତିକୁ ନେଇ ଆଗକୁ ବିତର୍କ ଜାରି ରହିବ। ବ୍ୟକ୍ତିଗତ ଭାବେ ଅତି କମ୍ରେ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଁ ମୁଖ୍ୟ ଆବେଦନକାରୀ ଭାବେ ଅତ୍ୟନ୍ତ ଗଭୀର ଭାବେ ଅସନ୍ତୁଷ୍ଟ। ପ୍ରଥମରେ ସାହସୀ ବିଚାରପତି ଯିଏ କି ୨୦୧୮ ସେପ୍ଟେମ୍ବରରେ ଆଧାର ବିଲ୍କୁ ଏକ ଅର୍ଥ ବିଲ୍ ଭାବେ ଗୃହୀତ କରିବା ବିରୋଧରେ ଅସନ୍ତୋଷଜନକ ରାୟ ଦେବା ସହ ଏହା ସମ୍ବିଧାନ ଉପରେ ଏକ ଠକାମୀ ବୋଲି କହିଥିଲେ ସେ କେବେ ବି ଏହି ପ୍ରସଙ୍ଗରେ ବିଚାରଣ ପାଇଁ ଏକ ପୂର୍ଣ୍ଣ ଖଣ୍ଡପୀଠ ଗଠନ କରିନାହାନ୍ତି। ଦ୍ବିତୀୟଟି ହେଉଛି ଆର୍ଟିଆଇରେ ମୋଦୀ ସରକାରଙ୍କ କ୍ଷତିକାରକ ସଂଶୋଧନ ବିରୋଧରେ ମୋର ଚ୍ୟାଲେଞ୍ଜ ଯାହାକି ୪ ବର୍ଷ ଧରି ଶୁଣାଣି ପାଇଁ ପଡ଼ି ରହିଛି। ଏହାର ଶୁଣାଣି ହୋଇପାରିଲାନି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା। ତାଙ୍କ ପରେ ସୁପ୍ରିମକୋର୍ଟରେ ସବୁଠାରୁ ବରିଷ୍ଠତମ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଆସନ୍ତା ନଭେମ୍ବର ୧୧ ତାରିଖରେ ଦେଶର ୫୧ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ।




