ପ୍ରଧାନମନ୍ତ୍ରୀ ଭାବେ ଇସ୍ତଫା ଦେଲେ ମୋଦୀ, ୮ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୋଦୀ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଆସନ୍ତା ଜୁନ୍ ୮ ତାରିଖରେ ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଯଦି ଏନଡିଏ ସରକାର ଗଠନ କରେ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପରେ ମୋଦୀ ଦ୍ବିତୀୟ ନେତା ଭାବେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଦିନରେ […]

Samaya Live Picture
Published On

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୋଦୀ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଆସନ୍ତା ଜୁନ୍ ୮ ତାରିଖରେ ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଯଦି ଏନଡିଏ ସରକାର ଗଠନ କରେ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପରେ ମୋଦୀ ଦ୍ବିତୀୟ ନେତା ଭାବେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଥିଲେ। ଲୋକସଭା ନିର୍ବାଚନ ଫଳ ଏବଂ ନୂଆ ସରକାର ଗଠନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ହୋଇଥିଲା। ତେବେ ଏହା ମୋଦୀ ୨.୦ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଶେଷ ବୈଠକ। ଇତି ମଧ୍ୟରେ ଏନଡିଏର ବରିଷ୍ଠ ନେତାମାନେ ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ବୈଠକରେ ଯୋଗ ଦେବେ। ମିଳିଥିବା ସୂଚନାନୁଯାୟୀ ବିଜେପି ମେଣ୍ଟ ସହଯୋଗୀମାନେ ମୋଦୀ ୩.୦ କ୍ୟାବିନେଟ୍ ପାଇଁ ବିଜେପିକୁ ସେମାନଙ୍କ ଦାବି ପଠାଇ ସାରିଛନ୍ତି।

Tags: