ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ : କଂଗ୍ରେସର ଇସ୍ତାହାର ସଂକ୍ରାନ୍ତରେ ଆପଣଙ୍କୁ ଭୁଲ୍ ସୂଚନା ଦିଆଯାଇଛି

ନୂଆଦିଲ୍ଲୀ : କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି। ଦଳର ଇସ୍ତାହାର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନେଖରେନ୍ଦ୍ର ମୋଦୀ ଦେଇଥିବା ଟିପ୍ପଣୀକୁ ବିରୋଧ କରି ଖଡ଼ଗେ ଆଜି ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଖଡ଼ଗେ ଲେଖିଛନ୍ତି, ‘ ଆପଣ ମାନଙ୍କ ଉପଦେଷ୍ଟାମାନଙ୍କ ଦ୍ବାରା ଆପଣମାନଙ୍କୁ ଭୁଲ୍ ସୂଚନା ଦିଆଯାଇଛି । ଆମ ଇସ୍ତାହାରରେ ଯାହା ନାହିଁ ତାହା ଆପଣଙ୍କ ଉପଦେଷ୍ଟାମାନେ ଆପଣଙ୍କୁ କହିଛନ୍ତି। କଂଗ୍ରେସ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି। ଦଳର ଇସ୍ତାହାର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନେଖରେନ୍ଦ୍ର ମୋଦୀ ଦେଇଥିବା ଟିପ୍ପଣୀକୁ ବିରୋଧ କରି ଖଡ଼ଗେ ଆଜି ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଖଡ଼ଗେ ଲେଖିଛନ୍ତି, ‘ ଆପଣ ମାନଙ୍କ ଉପଦେଷ୍ଟାମାନଙ୍କ ଦ୍ବାରା ଆପଣମାନଙ୍କୁ ଭୁଲ୍ ସୂଚନା ଦିଆଯାଇଛି । ଆମ ଇସ୍ତାହାରରେ ଯାହା ନାହିଁ ତାହା ଆପଣଙ୍କ ଉପଦେଷ୍ଟାମାନେ ଆପଣଙ୍କୁ କହିଛନ୍ତି। କଂଗ୍ରେସ ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି, ଯେତେବେଳେ ଏସବୁ ଶେଷ ହୋଇଯିବ ସେତେବେଳେ ଲୋକମାନେ ମନେ ରଖିବେ ଯେ ନିର୍ବାଚନ ହାରିବା ଭୟରେ ଦେଶର ପ୍ରଧାନମନ୍ତ୍ରୀ ଏଭଳି ଅପଶବ୍ଦ ବ୍ୟବହାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଦଳର ଇସ୍ତାହାର ପ୍ରସଙ୍ଗରେ ମୋଦୀ ଦାବି କରିଥିଲେ ଯେ ଯଦି ଦଳ କ୍ଷମତାକୁ ଆସେ ତେବେ ଏହା ଦେଶର ସମ୍ପତ୍ତିକୁ ଅନୁପ୍ରବେଶକାରୀଙ୍କୁ ଏବଂ ଯେଉଁମାନଙ୍କର ଅଧିକ ସନ୍ତାନ ସେମାନଙ୍କ ମଧ୍ୟରେ ବାଣ୍ଟିଦେବ। ରାଜସ୍ଥାନରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଟିପ୍ପଣୀର ଜବାବ ରଖି ଖଡ଼ଗେ ଏହା କହିଛନ୍ତି।

Tags: