ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିଲା

ମୁମ୍ବାଇ: ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ଗତବର୍ଷ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତୀ ଶିବାଜୀ ମହାରାଜାଙ୍କର ଏକ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। କିନ୍ତୁ ବର୍ଷେ ନପୁରୁଣୁ ଏହି ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଛି। ଗତ ୨ ଦିନ ମଧ୍ୟ‌ରେ ପ୍ରବଳ ବର୍ଷା ଏବଂ ପବନ ପାଇଁ ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଛି‌ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେ କହିଛନ୍ତି। କିନ୍ତୁ ବିରୋଧୀ ଦଳ ନେତାମାନେ ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କୁ କଡ଼ା ଭର୍ତ୍ସନ‌ା କରିଛନ୍ତି। ନିମ୍ନ […]

Samaya Live Picture
Published On

ମୁମ୍ବାଇ: ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ଗତବର୍ଷ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତୀ ଶିବାଜୀ ମହାରାଜାଙ୍କର ଏକ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। କିନ୍ତୁ ବର୍ଷେ ନପୁରୁଣୁ ଏହି ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଛି। ଗତ ୨ ଦିନ ମଧ୍ୟ‌ରେ ପ୍ରବଳ ବର୍ଷା ଏବଂ ପବନ ପାଇଁ ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଛି‌ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେ କହିଛନ୍ତି। କିନ୍ତୁ ବିରୋଧୀ ଦଳ ନେତାମାନେ ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କୁ କଡ଼ା ଭର୍ତ୍ସନ‌ା କରିଛନ୍ତି। ନିମ୍ନ ମାନର କାମ ପାଇଁ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଲା ବୋଲି ବିରୋଧୀ ଦଳ ସେମାନେ ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ବିଧାୟକ ବୈଭବ ନାଏକ ଘଟଣା ସ୍ଥଳ ଯାଇ ଅତ୍ୟନ୍ତ ନିମ୍ନ ମାନର କାମ ପାଇଁ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଛି‌ ବୋଲି ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପ୍ରଶ୍ନ କରିଛନ୍ତି।

Tags: