ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଯାଉଥିବା କାର୍‌ ଦୁର୍ଘଟଣା ହୋଇ ୨ ମୃତ

ବିଳାସପୁର : ରବିବାର ଛତିଶଗଡ଼ର ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେ‌ନ୍ଦ୍ର ମୋଦୀଙ୍କ ଏକ ଜନସଭା ଥିଲା। ଏହି ସଭାକୁ ଯାଉଥିବା ଏକ ଏସ୍‌ୟୁଭି ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ  ସୂଚନାନୁଯାୟୀ ପୂର୍ବାହ୍‌ଣ ପ୍ରାୟ ୯ଟା ବେଳେ କୋଟମି ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି। କାର୍‌ଟି ଭରତପୁର ଜିଲ୍ଲାରୁ ଆସୁଥିଲା। ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା ଏବଂ ପରେ […]

Samaya Live Picture
Published On

ବିଳାସପୁର : ରବିବାର ଛତିଶଗଡ଼ର ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେ‌ନ୍ଦ୍ର ମୋଦୀଙ୍କ ଏକ ଜନସଭା ଥିଲା। ଏହି ସଭାକୁ ଯାଉଥିବା ଏକ ଏସ୍‌ୟୁଭି ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ  ସୂଚନାନୁଯାୟୀ ପୂର୍ବାହ୍‌ଣ ପ୍ରାୟ ୯ଟା ବେଳେ କୋଟମି ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି। କାର୍‌ଟି ଭରତପୁର ଜିଲ୍ଲାରୁ ଆସୁଥିଲା। ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା ଏବଂ ପରେ ପୋଲ ତଳକୁ ଖସି ନଦୀରେ ପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ଉକ୍ତ ମହିଳା ଓ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଆହତଙ୍କୁ ଗୌରେଲା ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ୭ ଜଣ ଆହତଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

 

Tags: