ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗଦେବାକୁ ଯାଉଥିବା ବିଜେପି କର୍ମୀଙ୍କ ବସ୍ ଦୁର୍ଘଟଣା: ୩ ମୃତ

ବିଳାସପୁର: ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରଲର ସହିତ ବିଜେପି କର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ର ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଆହତ ହୋଇଛନ୍ତି। ମୃତକ ମାନେ ହେଲେ ସୂରଜପୁର ଜିଲ୍ଲାର ସାଜନ (୩୦), ଋକ୍ଦେବ (୪୫) ଏବଂ ବସ୍ ଡ୍ରାଇଭର୍ ଆକ୍ରମ୍ ରାଜା (୨୮)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗ ଦେବା ପାଇଁ ଅମ୍ବିକାପୁରରୁ ୪୭ଜଣ ‘ବିଜେପି’ କର୍ମୀଙ୍କୁ […]

Samaya Live Picture
Published On

ବିଳାସପୁର: ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରଲର ସହିତ ବିଜେପି କର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ର ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଆହତ ହୋଇଛନ୍ତି। ମୃତକ ମାନେ ହେଲେ ସୂରଜପୁର ଜିଲ୍ଲାର ସାଜନ (୩୦), ଋକ୍ଦେବ (୪୫) ଏବଂ ବସ୍ ଡ୍ରାଇଭର୍ ଆକ୍ରମ୍ ରାଜା (୨୮)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗ ଦେବା ପାଇଁ ଅମ୍ବିକାପୁରରୁ ୪୭ଜଣ ‘ବିଜେପି’ କର୍ମୀଙ୍କୁ ନେଇ ଉକ୍ତ ବସ୍ ଯାଉଥିଲା। ଭୋର୍ ପ୍ରାୟ ୫ଟା ବେଳେ ବିଳାସପୁର ଜିଲ୍ଲାର ବେଲ୍ତାରା ଗ୍ରାମ ନିକଟରେ ପହଞ୍ଚିବା ପରେ ଉକ୍ତ ବସ୍ ରାସ୍ତା ପାର୍ଶ୍ବରେ ଠିଆହୋଇଥିବା ଟ୍ରଲର୍ ସହିତ ଧକ୍କା ହୋଇଥିଲା।ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

Tags: