ପ୍ରଧାନମନ୍ତ୍ରୀଙ୍କ ବ୍ରିକ୍ସ ବିଜ୍ଞପ୍ତିରେ ବି ‘ଭାରତ’ ଲେଖାଥିଲା

ନୂଆଦିଲ୍ଲୀ: ଜି-୨୦ ନୈଶ ଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ଲେଖାଯିବାକୁ ନେଇ ବିବାଦ ହୋଇଛି। ‘ଇଣ୍ଡିଆ’ ନାମ ବଦଳାଇ ‘ଭାରତ’ କରିବାପାଇଁ ଆଗାମୀ ସଂସଦ ଅଧିବେଶନରେ ବିଲ୍‌ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ‌ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବି ସରକାରୀ ବିଜ୍ଞପ୍ତିରେ ‘ଭାରତ’ ଲେଖା ହୋଇଛି। ଗତ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା‌ରେ ୧୫ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏହାପରେ ଗ୍ରିସ୍‌ ଗସ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଜି-୨୦ ନୈଶ ଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ଲେଖାଯିବାକୁ ନେଇ ବିବାଦ ହୋଇଛି। ‘ଇଣ୍ଡିଆ’ ନାମ ବଦଳାଇ ‘ଭାରତ’ କରିବାପାଇଁ ଆଗାମୀ ସଂସଦ ଅଧିବେଶନରେ ବିଲ୍‌ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ‌ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବି ସରକାରୀ ବିଜ୍ଞପ୍ତିରେ ‘ଭାରତ’ ଲେଖା ହୋଇଛି। ଗତ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା‌ରେ ୧୫ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏହାପରେ ଗ୍ରିସ୍‌ ଗସ୍ତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ଏହି ୨ ରାଷ୍ଟ୍ର ଗସ୍ତ ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ବି ‘ପ୍ରାଇମ୍‌ ମିନିଷ୍ଟର ଅଫ୍‌ ଭାରତ’ ଲେଖାଥିଲା। ଏହାବାଦ ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ଭାରତୀୟ ଅଧିକାରୀଙ୍କ ପରିଚୟ ପତ୍ରରେ ବି ‘ଭାରତ ଅଫିସିଆଲ୍‌’ ଲେଖାଯିବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ମୋଦୀଙ୍କ ଏହି ୨ ଦିନିଆ ଇଣ୍ଡୋନେସିଆ ଗସ୍ତ ପାଇଁ ବି ସରକାର ଜାରି କରିଥିବା ବିଜ୍ଞପ୍ତିରେ ମୋଦୀଙ୍କୁ ‘ପ୍ରାଇମ ମିିନିଷ୍ଟର ଅଫ୍‌ ଭାରତ’ ଲେଖିଛନ୍ତି।

Tags: