ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର ଅପମାନଜନକ, ଦେଶଦ୍ରୋହ ନୁହେଁ : କର୍ଣ୍ଣାଟକ ହାଇକୋର୍ଟ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପାଇଁ କର୍ଣ୍ଣାଟକର ସ୍କୁଲ୍ ମ୍ୟାନେଜମେଣ୍ଟ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଏଥିସହ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର ଅପମାନଜନକ ଏବଂ ଦାୟିତ୍ବହୀନ। କିନ୍ତୁ ଏହା ଦେଶଦ୍ରୋହ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର ପାଇଁ ବିଦର ଶାହିନ ସ୍କୁଲ୍ ମ୍ୟାନେଜମେଣ୍ଟ୍ର ସମସ୍ତ ସଦସ୍ୟଙ୍କ ବିରୋଧରେ ବିଦର ନ୍ୟୁ ଟାଉନ […]
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପାଇଁ କର୍ଣ୍ଣାଟକର ସ୍କୁଲ୍ ମ୍ୟାନେଜମେଣ୍ଟ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଏଥିସହ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର ଅପମାନଜନକ ଏବଂ ଦାୟିତ୍ବହୀନ। କିନ୍ତୁ ଏହା ଦେଶଦ୍ରୋହ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର ପାଇଁ ବିଦର ଶାହିନ ସ୍କୁଲ୍ ମ୍ୟାନେଜମେଣ୍ଟ୍ର ସମସ୍ତ ସଦସ୍ୟଙ୍କ ବିରୋଧରେ ବିଦର ନ୍ୟୁ ଟାଉନ ଥାନା ଦ୍ବାରା ଏକ ଏତଲା ରୁଜୁ ହୋଇଥିଲା। ତେବେ କର୍ଣ୍ଣାଟକ ହାଇକୋର୍ଟ କଲବର୍ଗି ଖଣ୍ଡପୀଠର ଜଷ୍ଟିସ ହେମନ୍ତ ଚନ୍ଦନଗୌଦର କହିଛନ୍ତି, ଆଇପିସିର ଧାରା ୧୫୩ ଏ ଅଧୀନରେ ଉକ୍ତ ମାମଲାରେ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଦ୍ଭାବ ନଷ୍ଟ ପାଇଁ କୌଣସି ପ୍ରୟାସ ହୋଇଥିବା ଦେଖିବାକୁ ମିଳିନାହିଁ। ତେବେ ପ୍ରଧାନମନ୍ତ୍ରୀଙ୍କୁ ଚପଲରେ ମାଡ଼ ମାରିବା ଉଚିତ ଭଳି ଅପଶବ୍ଦ ବ୍ୟବହାର କେବଳ ଅପମାନଜନକ ନୁହେଁ ବରଂ ଏହା ଅତ୍ୟନ୍ତ ଦାୟିତ୍ବହୀନ ଟିପ୍ପଣୀ। ସରକାରୀ ନୀତିକୁ ସମାଲୋଚନା କରିବା ଠିକ୍ କିନ୍ତୁ କୌଣସି ନୀତି ପାଇଁ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କୁ ଅପମାନ କରିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।




